ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଚକଲେଟ ଭାବି ଖାଇଦେଇଥିଲା ଏପରି ଜିନିଷ, ଆଉ ତାପରେ..

ତାମିଲନାଡୁରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାକାର କୋୟମ୍ବଟୁରରେ ରହୁଥିବା ଏକ ୧୦ ବର୍ଷର ପିଲା ଭୁଲବଶତଃ ଚକଲେଟ ଭାବି ଖାଇଦେଇଥିଲା ମୂଷା ମରା ଔଷଧ । ଯେଉଁ କାରଣରୁ ଗତକାଲି ତାର ମୃତ୍ୟୁ ହୋଇଯାଇଛି ।

 

Image result for Coimbatore boy mistakes rat poison cake for chocolate dies after eat

ସୂଚନା ଅନୁଯାୟୀ ତେଲୁଙ୍ଗୁପଲାୟମରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ମୁଥୁସେଲଵନ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ସେ କୀଟନାଶକର ଏକ ଗୋଳିକୁ ଭୁଲରେ ଚକଲେଟ ଭାବି ଖାଇଦେଇଥିଲା । ତା’ର ସାଙ୍ଗମାନଙ୍କ କହିବା ଅନୁଯାୟୀ ଏହାକୁ ଖାଇବା ପରେ ପ୍ରଥମେ ସେ ବେହୋସ ହୋଇଯାଇଥିଲେ ଏବଂ ତାଙ୍କ ମୁଁହରୁ ଲାଳ ବାହାରିଥିଲା । ଏହାପରେ ସାଙ୍ଗମାନେ ତାର ମାତାପିତାଙ୍କୁ ଜଣାଇଥିଲେ ।

ଏହାସହ ପଢନ୍ତୁ ଓଃ ପାଠପଢା ଭାରି ବିରକ୍ତ ! ସ୍କୁଲ ଯିବାକୁ ନେଇ ଚିଡିଯାଇ ପିଲାଟି କହିଲା ଏମିତି କଥା, ଦେଖନ୍ତୁ ଭିଡିଓ

ପିଲାକୁ ଦେଖିବା ପରେ ବାପା ମା ବୁଝି ଯାଇଥିଲେ ଯେ ପିଲାଟି ବିଷ ଖାଇଦେଇଛି ସେଥିପାଇଁ ସେମାନେ ତୁରନ୍ତ ତାକୁ ଡାକ୍ତରଖାନା ନେଇଯାଇଥିଲେ । ପୋଲିସର କହିବା ଅନୁଯାୟୀ ସେଠାକାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ପିଲାଟିର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.