ସଲମାନଙ୍କ ଗୀତରେ ଏହି ଦମ୍ପତି କଲେ ଏପରି ଡ୍ୟାନ୍ସ, ଭିଡିଓ ଦେଖି ଲୋକେ କହିଲେ ‘ଶୁଦ୍ଧ ଦେଶୀ ରୋମାନ୍ସ’,

ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ଅଭିନୀତ ଫିଲ୍ମ ‘ମୈନ ପ୍ୟାର କିୟା’ ଆପଣମାନେ ନିଶ୍ଚିତ ଦେଖିଥିବେ। ଏହି ଫିଲ୍ମର ସୁପରହିଟ୍‌ ଗୀତ ‘ ଦିଲ ଦିଓ୍ଵାନା …’ ଗୀତରେ ସେତେବେଳର ଯୁବପିଢିଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଆପଣ ଭାବୁଥିବେ, ଏହି ଫିଲ୍ମ ବିଷୟରେ ଆମେ କ’ଣ ପାଇଁ ଆପଣଙ୍କୁ କହୁଛୁ। କିନ୍ତୁ ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା। ସେହି ଗୀତରେ ଏହି ଦମ୍ପତିଙ୍କ ଡ୍ୟାନ୍ସ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ। ଏହି ଦମ୍ପତି ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ରୋମାନ୍ସକୁ ମଧ୍ୟ ପଛରେ ପକାଇଦେବେ। ଏହି ଦମ୍ପତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଯେଉଁଥିରେ ସେମାନେ ଗୀତ ‘ଦିଲ ଦିଓ୍ଵାନା..’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଯାହାକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଦମ୍ପତି ଫିଲ୍ମର ସଲମାନ ଏବଂ ଭାଗ୍ୟଶ୍ରୀ ପିନ୍ଧିଥିବା ଡ୍ରେସ ମଧ୍ୟ ପିନ୍ଧିଛନ୍ତି। ଦୁହେଁ ଏହି ଗୀତରେ ସୁନ୍ଦର ଲିପସିଂ କରିବା ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓ କେବଳ ସାଧାରଣ ଲୋକେ ନୁହନ୍ତି ବରଂ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ପ୍ରଶଂସା କରିଛନ୍ତି। ରବିନା କହିଛନ୍ତି, ଆଜିପର୍ଯ୍ୟନ୍ତ ଦେଖିଥିବା ସବୁଠାରୁ ସୁନ୍ଦର ଭିଡିଓ।

Leave A Reply

Your email address will not be published.