ମାଜିଷ୍ଟ୍ରେଟ ତଥା ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଲକର

ଯାଯପୁର(କେନ୍ୟୁଜ୍): ଭଙ୍ଗାଗଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଲକର। ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ପିଇଓ ସ୍ମିତାରାଣୀଙ୍କ ଥିବା ଆଲମିରାରୁ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି। ମାଜିଷ୍ଟ୍ରେଟ ତଥା ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲକରକୁ ଭଙ୍ଗାଯାଇଛି। ତା ସହ ସ୍ମିତାରାଣୀଙ୍କ ସରକାରୀ ବାସଭବନକୁ ମଧ୍ୟ ଖୋଲାଗଲା । ହରିଦାସପୁର ଥାନାଧିକାରୀ, ବିଡିଓ ଓ ଅନ୍ୟ କର୍ମଚାରୀ ଲକର ଭଙ୍ଗା ବେଳେ ଉପସ୍ଥିତ ଥିଲେ। ଅକ୍ଟୋବର ୧୬ ତାରିଖରେ ସ୍ମିତାରାଣୀଙ୍କ ମୃତଦେହ ମିଳିଥିଲା। ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.