ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ନେଇ ପ୍ରସ୍ତୁତି ବୈଠକ, ୫ତାରିଖରୁ ଅନଲାଇନ ଓ ୯ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ

କଟକ(କେନ୍ୟୁଜ୍): ବାରବାଟୀରେ ଦିନିକିଆ ମ୍ୟାଚ୍ ନେଇ ପ୍ରସ୍ତୁତି ବୈଠକ । ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ପ୍ରାୟ ୨ବର୍ଷ ପରେ ବାରବାଟୀରେ ଏକଦିବସୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଷ୍ଟାଡିୟମମର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିବା ପୋଲିସ କମିସନର କହିଛନ୍ତି। କଟକ ଡିସିପି ଏହାର ସୁରକ୍ଷା ଦାୟିତ୍ୱରେ ରହିବେ। ଖେଳାଳିଙ୍କ ରହଣି, ଯାତାୟତ ସୁରକ୍ଷା ଆଦିର ଦାୟିତ୍ୱ ନେବେ ଭୁବନେଶ୍ୱର ଡିସିପି। ଟ୍ରାଫିକ ଦାୟିତ୍ୱରେ ରହିବେ ଟ୍ରାଫିକ ଡିସିପି।

୫ତାରିଖରୁ ଅନଲାଇନ ଟିକେଟ ଓ ୯ତାରିଖରୁ କାଉଣ୍ଟର ଟିକେଟ ବିକ୍ରି ହେବ ବୋଲି କହିଛନ୍ତି ପୋଲିସ କମିସନର ସୁଧାଶୁଂ ଷଡ଼ଙ୍ଗୀ। ଅଧିକ ଟିକେଟ କାଉଣ୍ଡର ଖୋଲାଯିବ ସହ ଷ୍ଟାଡିୟମ ମଧ୍ୟକୁ ଖାଦ୍ୟ ପଦାର୍ଥ ଓ ପାଣି ବୋତଲ ନେବା ନିଷିଦ୍ଧ କରାଯାଇଛି। ବୈଠକରେ କଟକ ଓ ଭୁବନେଶ୍ୱର ଡିସିପି, କ୍ରୀଡ଼ା ନିର୍ଦ୍ଦେଶକ ଓ OCA ସମ୍ପାଦକ ଉପସ୍ଥିତ ଥିଲେ। ଡିସେମ୍ବର ୧୯ତାରିଖରେ ଭାରତୀୟ କ୍ରିକେଟ୍ ଟିମ୍ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଭୁବନେଶ୍ୱରରେ ପହଁଞ୍ଚିବେ। ୨୦, ୨୧ ରେ କଟକ ବାରବାଟୀରେ ପ୍ରାକ୍ଟିସ୍ କରିବେ। ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ବୈଠକରେ ଆଲୋଚନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.