ମୋ ବସ୍‌କୁ ମିଳିଲା ବେଷ୍ଟ ସିଟି ବସ୍‌ ସର୍ଭିସ ଆଓ୍ଵାର୍ଡ, ଲକ୍ଷ୍ନୌରେ ଆୟୋଜିତ ଅର୍ବାନ ମୋବିଲିଟି କନଫରେନ୍ସରେ ମୋ ବସ୍‌କୁ ପୁରସ୍କୃତ

ଭୁବନେଶ୍ବର(କେନ୍ୟୁଜ୍):    ମୋ ବସ୍‌କୁ ମିଳିଲା ବେଷ୍ଟ ସିଟି ବସ୍‌ ସର୍ଭିସ ଆଓ୍ଵାର୍ଡ । ଲକ୍ଷ୍ନୌରେ ଆୟୋଜିତ ଅର୍ବାନ ମୋବିଲିଟି କନଫରେନ୍ସରେ ମୋ ବସ୍‌କୁ ପୁରସ୍କୃତ କରାଯାଇଛି । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ମୋ ବସକୁ ଶ୍ରେଷ୍ଠ ସିଟି ବସ ସର୍ଭିସ ପୁରସ୍କାର ପ୍ରଦାନ କରାଯାଇଛି ।

୧୨ତମ ଅର୍ବାନ ମୋବିଲିଟି କନଫରେନ୍ସରେ ମୋ ବସ୍‌କୁ ପୁରସ୍କୃତ କରାଯାଇଛି । ଗତ ୬ ତାରିଖରେ ମୋ ବସ୍‌’’ ଯୋଜନାକୁ ବର୍ଷେ ପୂରିଥିଲା । ୨୦୧୮ ନଭେମ୍ବର ୬ ତାରିଖରେ ସ୍ମାର୍ଟ ସିଟ ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ମୋ ବସ ସେବା । ମୋ ବସ ରେ ପାଖାପାଖି ୪୮୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେଥିମଧ୍ୟରୁ ପାଖାପାଖି ୧୨୦ ଜଣ ମହିଳା କଣ୍ଡକ୍ଟର । ବର୍ତ୍ତମାନ କ୍ରୁଟ୍‌ ପକ୍ଷରୁ ୨୧ ଟି ରୁଟ୍‌ ରେ ୨୦୦ଟି ମୋ ବସ ଚାଲୁଛିା ସବୁ ବସ୍‌ରେ ମାଗଣା ୱାଇଫାଇ ସୁବିଧା ରହିଛି। ଦୈନିକ ୮୫ ହଜାର ଯାତ୍ରୀ ମୋ ବସ୍‌ରେ ଯିବା ଆସିବା କରୁଛନ୍ତି।

ଅର୍ବାନ ମୋବିଲିଟି କନଫରେନ୍ସରେ ଯୋଗ ଦେଇଥିବା ମୁମ୍ବାଇ ବେଷ୍ଟର ଜେନେରାଲ ମ୍ୟାନେଜର କହିଥିଲେ, ମୋ ବସ୍‌ର୍‌ ମଡେଲ ଅନ୍ୟ ରାଜ୍ୟଗୁଡିକ ଅନୁକରଣ କରିବା ଉଚିତ। ସବୁ ରାଜ୍ୟ ପରିବହନ ବିଭାଗ କ୍ରୁଟ୍‌ଠାରୁ ଶିଖିବା କଥା। ମୋ ବସ୍‌ର ପରିଚଳନା ଅନୁଧ୍ୟାନ କରିବାକୁ ଅନ୍ୟ ରାଜ୍ୟର ଟିମ୍‌କୁ ଭୁବନେଶ୍ୱର ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି କ୍ରୁଟ୍‌ ଏମ୍‌ଡି ଅରୁଣ ବୋଥ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.