ଭୁବନେଶ୍ୱର: ଲଳିତକଳା ଏକାଡମୀରେ ଚାଲିଛି ମାଜେଷ୍ଟିକ ମାରା ଫଟୋ ଆଣ୍ଡ ଫିଲ୍ମ ପ୍ରଦର୍ଶନୀ, ବୁଲି ଦେଖିଲେ କିଟ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଲଳିତକଳା ଏକାଡମୀରେ ଚାଲିଛି ମାଜେଷ୍ଟିକ ମାରା ଫଟୋ ଆଣ୍ଡ ଫିଲ୍ମ ପ୍ରଦର୍ଶନୀ । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ କେନିଆର ବିଶ୍ୱ ପ୍ରସିଦ୍ଧ ମାସାୟି ମାରା ଜାତୀୟ ଅଭୟାରଣ୍ୟର ଫଟୋ ପ୍ରଦର୍ଶିତ ହେଉଛି । କିଟ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ସେହିପରି କିଟ୍‌ ଓ କିସ୍‌ ଏବଂ କିଟ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀମାନେ ବି ପ୍ରଦର୍ଶନୀର ମଜା ନେଇଛନ୍ତି ।

dr achyut samant୨୦୧୮ ଅଗଷ୍ଟରେ କେନିଆର ମାସାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତି ଉପରେ ଏହି ପୁସ୍ତକ ରଚନା କରାଯାଇଛି । ୮ ଦିନର ଭ୍ରମଣ କାଳରେ ଜଙ୍ଗଲର ବିଭିନ୍ନ ଫଟୋଚିତ୍ରକୁ ଉତ୍ତୋଳନ କରାଯାଇଥିବା ବେଳେ ଏହା ସଂପର୍କରେ ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ୨ଜଣ ଫଟୋଗ୍ରାଫରଙ୍କ ସହ ମୋଟ ୯ଜଣିଆ ଟିମ ଏହି ଗସ୍ତ କରିଥିଲେ। ବନ୍ୟପ୍ରାଣୀଙ୍କୁ ନିବିଡ଼ ଭାବେ ଦେଖିବାର ଅନୁଭୂତି ତାଙ୍କୁ ଏହି ପୁସ୍ତକ ରଚନା କରିବାକୁ ପ୍ରେରଣା ଦେଇଥିଲା ବୋଲି ଗଜପତି ଉଲ୍ଲେଖ କରିଛନ୍ତି। ବନ୍ୟପ୍ରାଣୀ ନଦୀ ପାର ହୋଇ କିଭଳି ସ୍ଥାନ ପରିବର୍ତ୍ତନ କରିଛନ୍ତି ସେ ସଂପର୍କରେ ରଚନା କରାଯାଇଛି। ପୁସ୍ତକରେ ବିଭିନ୍ନ ଫଟୋ ସହ ଏହା ସଂପର୍କରେ ବିବରଣୀ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.