ବର୍ତ୍ତମାନ ସମୟରେ ତନ୍ତ୍ର ବିଦ୍ୟା ସତ୍ୟତା ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି। ଅଧିକ ତାନ୍ତ୍ରିକ ରହିଛନ୍ତି, ଯେଉଁମାନଙ୍କୁ ତନ୍ତ୍ରବିଦ୍ୟା ବିଷୟରେ କିଛି ବି ଜଣାନଥାଏ। ଯେଉଁଥି ପାଇଁ ଆମେ ତନ୍ତ୍ରବିଦ୍ୟାକୁ ଅନ୍ଧବିଶ୍ୱାସ ବୋଲି ମାନିଥାଉ। କିନ୍ତୁ ତନ୍ତ୍ର ବିଦ୍ୟା ଭାରତୀୟ ନୀତିରୀତି ଏବଂ ପରମ୍ପରାରେ ଏକ ମହତ୍ୱପୂର୍ଣ୍ଣ ଅଂଶ ଏବଂ ବେଦରେ ଏହି ବିଦ୍ୟା ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଜାଣିବା ତନ୍ତ୍ର ସହିତ ଜଡିତ କିଛି ଅଦ୍ଭୁତ ତଥ୍ୟ..
– ତନ୍ତ୍ରଶାସ୍ତ୍ର ବିଷୟରେ ଅର୍ଥବବେଦରେ ବର୍ଣ୍ଣନା କରାଯାଇଛି। ତନ୍ତ୍ରବିଦ୍ୟା ତିନି ଭାଗରେ ବିଭକ୍ତ କରାଯାଇଛି। ଆଗମ ତନ୍ତ୍ର, ୟାମଲ ତନ୍ତ୍ର ଏବଂ ମୁଖ୍ୟ ତନ୍ତ୍ର।
– ତନ୍ତ୍ର ହେଉଛି ମନ୍ତ୍ର ମାଧ୍ୟରେ କାମ କରୁଥିବା ଏକ ପ୍ରକାର ସିଷ୍ଟମରେ ଥିବା ଟେକନୋଲଜି। ଯାହାର ଜ୍ଞାନ ସ୍ୱଂୟ ଆଦିଯୋଗୀ ଶିବ ଦେଇଥିଲେ।
– ତନ୍ତ୍ର ମାଧ୍ୟମରେ ପ୍ରାଚୀନ କାଳରେ ଘାତକ ହତିଆର ତିଆରି କରାଯାଉଥିଲା। ଯଥା ପଶୁପତାସ୍ତ୍ର, ନାଗଫାଶ, ବ୍ରହ୍ମାସ୍ତ୍ର ଇତ୍ୟାଦି। ତନ୍ତ୍ର ମାଧ୍ୟରେ ସମ୍ମୋହନ, ତ୍ରିକାଲ, ତ୍ରିଟକ, ପରା, ଅପରା ଏବଂ ପ୍ରାଣ ବିଦ୍ୟା ଇତ୍ୟାଦି ଜନ୍ମ ହେଉଥିଲା।
– ଭଗବାନ ଶିବଙ୍କ ପରେ ଦତ୍ତାତ୍ରେୟ ତନ୍ତ୍ରର ଦ୍ୱିତୀୟ ଗୁରୁ ଭାବେ ଜଣାଶୁଣା। ୮୪ ସିଦ୍ଧି, ଯୋଗୀ, ଶାକ୍ତ ଏବଂ ନାଥ ପରମ୍ପରାର ପ୍ରଚଳନ ରହିଥିଲା। ନାଥ ପରମ୍ପରା ଅନୁଯାୟୀ ଗୁରୁ ଗୋରଖନାଥ ଏବଂ ନବନାର୍ଥର ବିଶେଷ ସ୍ଥାନ ରହିଛି।
– ତନ୍ତ୍ର ବିଜ୍ଞାନରେ ଯନ୍ତ୍ର ସ୍ଥାନରେ ମାନବ ଶରୀରରେ ଥିବା ବିଦ୍ୟୁତ ଶକ୍ତିର ଉପଯୋଗ କରି ପରମାଣୁକୁ ପରିବର୍ତ୍ତନ କରାଯାଇପାରିବ।
ଏହାସହ ପଢ଼ନ୍ତୁ ; ଏହି ତିନିଟି କାମକୁ କେବେ ବି ଛାଡ଼ନ୍ତୁନି ଅଧାରେ, ଚାଲିଯାଇପାରେ ଜୀବନ
– ଭୈରବ, ବୀର, ଯକ୍ଷ, ଗନ୍ଧର୍ବ, ସର୍ପ, କିନ୍ନର, ବିଦ୍ୟାଧର, ଦଶ ମହାବିଦ୍ୟା, ପିଶାଚିନୀ, ଯୋଗିନି ସବୁ ତନ୍ତ୍ର ଦେବାଦେବୀ।
– ତନ୍ତ୍ର ସାଧନାରେ ଶାନ୍ତି କର୍ମ, ବଶୀକରଣ ଏବଂ ମାରଣ ନାମକ ଛଅଟି ତାନ୍ତ୍ରିକ କର୍ମ ରହିଛି।
– ତାନ୍ତ୍ରିକ ସାଧନାର ମୂଳ ଉଦ୍ଦେଶ୍ୟ ସିଦ୍ଧି ସାକ୍ଷାତକାର କରିବା। ଏଥିପାଇଁ ଅନ୍ତର୍ମୁଖୀ ହୋଇ ସାଧନା କରିବା ଉଚିତ। ତନ୍ତ୍ର ସାଧାନା ସାଧାରଣତଃ ୩ଟି ମାର୍ଗ ଯଥା ବାମ ମାର୍ଗ, ଦକ୍ଷିଣ ମାର୍ଗ ଏବଂ ମଧ୍ୟମ ମାର୍ଗ ରହିଥାଏ।