କନ୍ୟା ବିବାହ ପାଇଁ ଆସିଥିବା ବରକୁ କଲେ ନାଁ ! ବରଯାତ୍ରୀରେ ଆସିଥିବା ଯୁବକ ସହିତ କଲେ ଏପରି କାଣ୍ଡ

ବେଗୁସରାୟ : ‘ହମ୍‌ କାଲେ ହେ’, ତୋ କ୍ୟା ହୁଆ ଦିଲବାଲେ ହେ’। କିନ୍ତୁ ବଖରୀ ଅଞ୍ଚଳରେ ଥିବା ଅଭୁଆର ଗାଁରେ ଜଣେ ବରର ରଙ୍ଗ କଳା ଏବଂ ବୟସ ଅଧିକ ହୋଇଥିବାରୁ କନ୍ୟା ଜଣଙ୍କ ବିବାହ କରିବାକୁ ମନା କରିଦେଲେ। କନ୍ୟା ବିବାହ କରିବାକୁ ମନା କରିବା ପରେ ସମସ୍ତ ବାଜା ବାଣ ବନ୍ଦ ହୋଇଗଲା, ବରଯାତ୍ରୀ ମାନେ ଜାଣିପାରିଲେ ନାହିଁ ଯେ କଣ ହେଲା?

ମାମଲା ସମାଜିକ ପ୍ରତିଷ୍ଠା ସହିତ ଯୋଡି ରହିବା କାରଣରୁ ଉଭୟ ପକ୍ଷବହୁତ ଚିନ୍ତାରେ ଥିଲେ। ଲୋକମାନେ କନ୍ୟାକୁ ବହୁତ ବୁଝେଇବା ପାଇଁ ଚେଷ୍ଟା କଲେ, କିନ୍ତୁ କନ୍ୟା ଜଣଙ୍କ ନିଜ ଜିଦରେ ଅଟଳ ରହିଲେ ବାହା ହେବନି ମାନେ ହେବନି। କିନ୍ତୁ ଏହାର କିଛି ସମୟ ପରେ ପୁଣି ବାଜି ଉଠିଲା ସାହାନାଇ। ପୁଣି କମ୍ପି ଉଠିଲା ବାଜା ରୋଷଣୀ।

groomଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଝିଅ ବୋଧେ ରାଜି ହୋଇଗଲେ ବାହାହେବା ପାଇଁ, ନା ଆଜ୍ଞା। ଆପଣ ଯାହା ଭାବୁଛନ୍ତି ତାହା ନୁହେଁ। ଘଟଣା ଯାହା ହେଲା ଆପଣଙ୍କ ଭାବନାରୁ ପୂରା ବାହାରେ। କାରଣ କନ୍ୟା ଜଣଙ୍କ ବରଯାତ୍ରୀରେ ଆସିଥିବା ଜଣେ ଯୁବକକୁ ବାହା ହେବା ପାଇଁ ରାଜି ହେଲେ। ଏହାପରେ ଅଗ୍ନକୁ ସାକ୍ଷୀ ରଖି ଦୁହିଁଙ୍କର ବିବାହ ହେଲା। କିନ୍ତୁ ଘରୁ ସଜବାଜ ହୋଇ ଆସିଥିବା ବର ନିଜର କରିବାକୁ ଆସିଥିବା କନ୍ୟାର ବାହାଘର ବସି ଦେଖିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.