ପେରୁ: ଖାଇକୁ ଖସିଲା ବସ୍‌, ୧୦ ମୃତ

ପେରୁର ହୁଆନୁକା ଡିପାର୍ଟମେଣ୍ଟରେ ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସିପଡ଼ିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଗୁରୁତର ହୋଇଛନ୍ତି। ରିପୋର୍ଟ ମୁତାବକ, ଜୁନିନ୍‌ର ହୁଆକୋୟୋ ଠାରୁ ପୂର୍ବୋତ୍ତରର ଅକାୟଲୀ ପୁକାଲ୍ପା ଯାଉଥିବା ବସ୍‌ କାର୍ପିସ୍‌ ସୁନଙ୍ଗଠାରୁ ପ୍ରାୟ ୫୦୦ ମିଟର ଦୂର ରାସ୍ତାରୁ ଖାଇକୁ ଖସି ପଡ଼ିଥିଲା।

ଏହାସହ ପଢନ୍ତୁ: ଦୁଇଟି ମୁଣ୍ଡ, ତିନିଟି ହାତ ଥିବା ଶିଶୁକୁ ପ୍ରସବ କଲେ ମହିଳା

ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ୧ଟାରେ ଏହି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ରେ ସମୁଦାୟ ୫୦ ଜଣ ଯାତ୍ରୀ ଥିବା ବେଳେ ସେଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦ ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବର୍ଷା, ଅନ୍ଧକାର ଓ ସରୁ ରାସ୍ତା ଯୋଗୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.