ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପୂର୍ବରୁ ରୋଡ୍‌ ଟେଷ୍ଟ, ୧୬୨ ବିଧାୟକଙ୍କ ଦମ୍‌ ଦେଖାଇଲେ ଶିବସେନା-ଏନ୍‌ସିପି ଓ କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ): ହମ୍‌ ଏକ୍‌ ସୋ ବାଷଠ୍‌ । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପୂର୍ବରୁ ରୋଡ୍‌ ଟେଷ୍ଟ । ୧୬୨ ବିଧାୟକଙ୍କ ଦମ୍‌ ଦେଖାଇଲା ଶିବସେନା-ଏନ୍‌ସିପି ଓ କଂଗ୍ରେସ । ବିଜେପି ସହ ନଯିବା ନେଇ ଶପଥ ନେଲେ ସମସ୍ତ ବିଧାୟକ । ମହାମେଣ୍ଟ ସହ ରହିବା ପାଇଁ ସମସ୍ତ ବିଧାୟକ ଶପଥ ନେଇଛନ୍ତି । ଏହା ପୂର୍ବରୁ ବିଜେପିକୁ ଟାର୍ଗେଟ୍‌ କରିଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ବିଧାୟକଙ୍କୁ ଉଦ୍ଧବ କହିଛନ୍ତି, ୫୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ସହ ଅଛୁ । ଆମେ ଏବେ ଦେଖାଇବୁ ଶିବସେନା କ’ଣ । ଆମେ ୫ ବର୍ଷ ନୁହଁ, ବର୍ଷ ବର୍ଷ ଧରି ସରକାର ଚଳାଇବା ପାଇଁ ଏକାଠି ଆସିଛୁ । ସେହିପରି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି, ଦେଶର ଇତିହାସ ଏବେ ପରିବର୍ତ୍ତନ ହେବ । ଆଉ ଏହାର ଆରମ୍ଭ ମହାରାଷ୍ଟ୍ରରୁ ହେବ । ଅଜିତ ପାଓ୍ଵାରଙ୍କୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଶରଦ ପାଓ୍ଵାର ।

maharashtra politics

ଅଜିତ ପାଓ୍ଵାରଙ୍କୁ ବିଧାୟକ ଦଳ ନେତା କରାଯାଇଥିଲା, ହେଲେ ସେ ତାହାର ଦୂରୁପଯୋଗ କରିଛନ୍ତି । ସମସ୍ତଙ୍କୁ ବିଭ୍ରାନ୍ତ କରିଛନ୍ତି । ଯିଏ ହ୍ଵିପ୍‌ର ଉଲଂଘନ କରିବ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶରଦ ପାଓ୍ଵାର । ମୁମ୍ବାଇର ହୟାତ ହୋଟେଲରେ ସବୁ ବିଧାୟକ ଏକାଠି ହୋଇଥିଲେ । ନିଜ ନିଜର ନବ ନିର୍ବାଚିତ ବିଧାୟକଙ୍କୁ ତିନି ଦଳ ହୋଟେଲକୁ ଆଣିଥିଲେ । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ସାମିଲ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.