Below header

ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୋଇଠା, ଚାପୁଡ଼ା; ଭିଡିଓ ଭାଇରାଲ

କୋଲକାତା : ପଶ୍ଚିମବଙ୍ଗରେ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ମାଡ଼ । କରିମପୁର ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜୟପ୍ରକାଶ ମଜୁମଦାରଙ୍କୁ ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନେ ଆକ୍ରମଣ କରିଛନ୍ତି । ନଦିୟା ଜିଲ୍ଲାର ଫିପୁଲଖୋଲା ଅଞ୍ଚଳରେ ଥିବା ଏକ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଏହି ଘଟଣା ଘଟିଛି ।

BJP LEADER-2

ଜୟପ୍ରକାଶ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଠିକ୍‌ ପ୍ରବେଶ କରୁଥିବା ବେଳେ ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନେ ତାଙ୍କୁ ମାଡ଼ ମାରିବା ସହ ଠେଲି ଦେଇଥିଲେ । ଅନ୍ୟପଟେ ତୃଣମୂଳ କଂଗ୍ରେସ ତରଫରୁ ଜୟପ୍ରକାଶଙ୍କ ନାଁରେ ପାଲଟା ଅଭିଯୋଗ କରାଯାଇଛି । ସେ ଏଠାରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ ବୋଲି ସେମାନେ କହିଛନ୍ତି ।
ତେବେ ଜୟପ୍ରକାଶଙ୍କୁ ଆକ୍ରମଣର ଭିଡିଓ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.