ଶୀତଦିନେ ଗରମର ଅନୁଭବ, ବିନା ବିଜୁଳିର ଏହି ହିଟର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଶୀତଦିନେ ଆପଙ୍କ ପାଖରେ ରଖିବା ପାଇଁ ଯଦି କେହି ଗୋଟେ ହିଟର ଦେଇଦିଏ ସେପୁଣି ବିନା ବିଜୁଳିରେ ଚାଲିବ ତାହେଲେ ଆପଣ ତାକୁ କଣ କହିବେ। ଯାହାବି କୁହନ୍ତୁ କିନ୍ତୁ ଖୁସି ହୋଇଯିବେ ନିଶ୍ଚୟ କାରଣ ଶୀତଦିନେ ଉଷୁମ ପାଇବାକୁ କିଏ ବି ନଚାହେଁ । ଆମ ଦେଶରେ ସବୁଠାରୁ ଅଧିକ ଥଣ୍ଡାର ଅନୁଭବ କାଶ୍ମୀରରେ ହୋଇଥାଏ କିନ୍ତୁ ଏହି ଥଣ୍ଡାରେ ମାଟିପାତ୍ରରେ ଅଙ୍ଗାରରେ ଭରା କଙ୍ଗଡି ଦେହକୁ ଉଷୁମ ଯୋଗାଇଥାଏ। ଏମିତି କହିବାକୁ ଗଲେ ଏହି କଙ୍ଗଡି କାଶ୍ମୀରବାସୀଙ୍କର ବହୁତ ଭଲ ବନ୍ଧୁ ଅଟେ।

Image result for fire pot kashmir

କାଶ୍ମୀରରେ ଶୀତଦିନେ ଯେତେବେଳେ ତାପମାତ୍ରା 0 ରୁ -20 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଚାଲିଯାଇଥାଏ ସେତେବେଳେ ଲୋକମାନଙ୍କର ଏକମାତ୍ର ସାହାରା ହେଉଛି କଙ୍ଗଡି। ଏହା ହେଉଛି କାଶ୍ମୀର ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଯାହାର ପ୍ରସ୍ତୁତି ପ୍ରଣାଳୀ କେବଳ ଦେଶରେ ନୁହେଁ ବରଂ ବିଦେଶର ଲୋକଙ୍କୁ ମଧ୍ୟ ଆକର୍ଷିତ କରିଥାଏ। କଙ୍ଗଡି କାଶ୍ମୀରର ପାରମ୍ପରିକ ଜିନିଷ ମଧ୍ୟରୁ ଗୋଟିଏ। ଏହାକୁ ଇଂରାଜୀରେ fire pot କୁହାଯାଇଥାଏ।

ଏହାସହ ପଢନ୍ତୁ ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ଯେଉଁଠିକୁ ଗଲେ ଆପଣ ଫେରି ପାରିବେନି ଜୀବିତ

ଶୀତଦିନେ ଲୋକମାନେ ଯିବା ଆସିବା କରିବା ସମୟରେ ଏହି କଙ୍ଗଡିକୁ ହିଟର ଭାବେ ବ୍ୟବହାର କରିଥାନ୍ତି। ବାହାରୁ ଆସିଥିବା ପର୍ଯ୍ୟଟକ ଏହାକୁ ପୋର୍ଟେବୁଲ ବା ମୁଭିଙ୍ଗ ହିଟର ମଧ୍ୟ କହିଥାନ୍ତି। ମାଟିପାତ୍ରରେ ଅଧାଜଳା ଅଙ୍ଗାରରେ ଭରି ରହିଥିବା କଙ୍ଗଡି ବାହାରୁ ବହୁତ ସୁନ୍ଦର ହସ୍ତନିର୍ମିତ ଟୋକେଇରେ ସଜାହୋଇଥାଏ। କାଶ୍ମୀରର ଲୋକମାନେ ଏହାକୁ ନିଜ ଫିରନ(ପୋଷାକ)ମଧ୍ୟରେ ରଖିଥାନ୍ତି। ଫିରନ ଉଲରେ ତିଆରି ଏକ ବସ୍ତ୍ର ଅଟେ ଯାହାକୁ ଶୀତଦିନେ ଲୋକମାନେ ପାଦ ପର୍ଯ୍ୟନ୍ତ ପିନ୍ଧିଥାନ୍ତି। କଙ୍ଗଡି କାଶ୍ମୀରର ସ୍ଥାୟୀ ଶିଳ୍ପର ପ୍ରତୀକ ଏବଂ ଏହା ପର୍ଯ୍ୟାବରଣ ଅନୁକୂଳ ଅଟେ। ଏହାର ପ୍ରସ୍ତୁତିରେ ସ୍ଥାନୀୟ ଲୋକଙ୍କ ଉତ୍ତମ କଳା କାରିଗରୀର ଛାପ ଦେଖିବାକୁ ମିଳିଥାଏ।

Leave A Reply

Your email address will not be published.