Below header

ପରିଶ୍ରମ କେବେ ବୃଥା ଯାଏନା, କାର୍‌ କିଣିବାକୁୁ ଦୈନିକ ୨୨ କିଲୋମିଟର ଚାଲୁଥିବା ଯୁବତୀଙ୍କୁ ଗିଫ୍ଟରେ ମିଳିଲା କାର୍‌

କେବଳ କାର୍‌ ଖଣ୍ଡେ କିଣିବା ପାଇଁ ଜଣେ ଯୁବତୀ ପ୍ରତିଦିନ ୨୨ କିଲୋମିଟର ଚାଲୁଥିଲେ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଟେକ୍ସାସ୍‌ର ଏଣ୍ଡ୍ରିନା ଏଡଓ୍ଵର୍ଡ ନାମ୍ନୀ ଜଣେ ଯୁବତୀ ପ୍ରତିଦିନ ଚାଲି ଚାଲି ଘରଠୁ ୨୨ କିଲୋମିଟର ଦୂରରେ ଥିବା ଏକ ରେସ୍ତୋରାଁକୁ କାମ କରିବାକୁ ଯାଉଥିଲେ। ରେସ୍ତୋରାଁ ପହଞ୍ଚିବାକୁ ତାଙ୍କୁ ୫ଘଣ୍ଟା ସମୟ ଲାଗୁଥିଲା। ଏନେଇ ରେସ୍ତୋରାଁକୁ ଆସୁଥିବା ଜଣେ ଗ୍ରାହକ ଜାଣିବା ପରେ ଏଣ୍ଡ୍ରିନାଙ୍କୁ ଏକ କାର ଉପହାର ଦେଇଛନ୍ତି।


ରିପୋର୍ଟ ମୁତାବକ, ଟେକ୍ସାସ୍‌ର ଗେଲବେଷ୍ଟନ୍‌ ସ୍ଥିତ ଡେନିଜ ରେସ୍ତୋରାଁକୁ ଏକ ଦମ୍ପତି ବ୍ରେକ୍‌ଫାଷ୍ଟ କରିବାକୁ ଆସିଥିଲେ। ଖାଇବା ବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ରେସ୍ତୋରାଁରେ କାମ କରୁଥିବା ୱେଟର ଏଣ୍ଡ୍ରିନା ଏଡଓ୍ଵର୍ଡ କାର କିଣିବା ପାଇଁ ୨୨ କିଲୋମିଟର ଚାଲି ଚାଲି ଆସି କାମ କରି ଟଙ୍କା ସଞ୍ଚୟ କରୁଛନ୍ତି। ଏହା ଶୁଣିବା ପରେ ଦମ୍ପତି ସେଠାରୁ ଚାଲିଯାଇଥିଲେ। ପରେ ସେମାନେ ଡିନର କରିବାକୁ ଆସି ଏଣ୍ଡ୍ରିନାଙ୍କୁ ଏକ କାର୍‌ ଗିଫ୍ଟ କରିଥିଲେ।

ଏହାସହ ପଢ଼ନ୍ତୁ: ପ୍ରିୟଙ୍କା ଗାନ୍ଧୀ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଦେଲେ କର୍ମୀ, ଭିଡିଓ ଦେଖିଲେ ରୋକିପାରିବେନି ହସ

ଦମ୍ପତି କହିଛନ୍ତି ଯେ ଆମେ ଡିନର କରିବା ପରେ ଏଣ୍ଡ୍ରିନାଙ୍କୁ ଗାଡ଼ିର ଚାବି ଦେଇଥିଲୁ। କାର୍‌ ଦେଖିବା ପରେ ଏଣ୍ଡ୍ରିନା ଖୁସିରେ କାନ୍ଦି ପକାଇଥିଲେ। ଏନେଇ ଏଣ୍ଡ୍ରିନା କହିଛନ୍ତି ଯେ ସେ ସବୁବେଳେ କାର୍‌ କିଣିବାକୁ ସ୍ୱପ୍ନ ଦେଖୁଥିଲେ। କିନ୍ତୁ ଅର୍ଥାଭାବରୁ କିଣିପାରୁନଥିଲେ। ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.