Below header

ହାଇଦରାବାଦ ରେପ୍‌ ଓ ମର୍ଡର ପରେ ଉତ୍ୟକ୍ତ ମହିଳାଙ୍କ ଅଜବ ଦାବି, ‘ସଂନ୍ଧ୍ୟା ୭ଟା ପରେ ପୁରୁଷମାନେ ଘରେ ରୁହନ୍ତୁ’

ହାଇଦରାବାଦର ଡାକ୍ତରଙ୍କର ସାମୂହିକ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାଂସଦର ଦୁଇ ସଦନରେ କଡା ନିନ୍ଦା କରାଯାଇଛି। ଏହାସହିତ ଏହି ଘଟଣାକୁ ନେଇ ବିଭିନ୍ନ ରାଜ୍ୟର ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଘଟଣାର ବିରୋଧ କରୁଛନ୍ତି। ଏହି ସବୁ ମଧ୍ୟରେ ଜଣେ ମହିଳାଙ୍କର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ସେ ପୁରୁଷଙ୍କୁ ୭ଟା ପରେ ଘରେ ରହିବାକୁ କହୁଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ମହିଳାଙ୍କର ଏହି ଭିଡିଓ ପୋଷ୍ଟ ହେବା ପରେ ଏହାକୁ ଅନେକ ଲୋକ ସେୟାର ଏବଂ ରିଟ୍ଵିଟ୍‌ କରୁଛନ୍ତି। ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଦେଖିସାରିଲେଣି।

rape

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଘଟଣାକୁ ବିରୋଧ କରି ଅନେକ ଛାତ୍ର ଏବଂ ଓକିଲ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ଛାତ୍ର ଆଦିତି ପୁରୋହିତ ରାଲି କରି ଦାବି କରିବା ସମୟରେ କାନ୍ଦି ମଧ୍ୟ ପକାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.