କିଲର୍ସ ନାଇଟରେ ଭାରତୀୟ ନୌସେନା ଜାଳିପୋଡି ଛାରଖାର କରିଥିଲା କରାଚୀ ବନ୍ଦର

୧୯୭୧ ମସିହା ଡିସେମ୍ବର ମାସ ୩ ତାରିଖ ରାତିରେ ପୂର୍ବ ପାକିସ୍ତାନରେ ପରିସ୍ଥିତି ଜଟିଳ ହୋଇ ଉଠିଥିଲା । ମାତ୍ର କିଛି ମିନିଟ ଭିତରେ ହିଁ ପାକିସ୍ତାନର ରୂପ ବଦଳିଯାଇଥିଲା । ବାରମ୍ବାର ଯୁଦ୍ଧ ପାଇଁ ଉସୁକାଉଥିବା ପାକିସ୍ତାନ ଭାରତୀୟ ନୌସେନାର ସାମ୍ନା କରିପାରିନଥିଲା । ନିଜ ଦୁର୍ଯୋଗ ନିଜେ ହିଁ ଡାକି ଆଣିଥିଲା ପାକିସ୍ତାନ । ପାକିସ୍ତାନକୁ କଡା ଜବାବ ଦେବା ପାଇଁ ଭାରତୀୟ ସେନା ପାକିସ୍ତାନ ସୀମାରେ ପ୍ରବେଶ କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଥିଲେ । କିନ୍ତୁ କେବଳ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଇସାରାକୁ ହିଁ ଅପେକ୍ଷା କରିଥିଲେ । କିନ୍ତୁ ଯୋଗକୁ ପାକିସ୍ତାନ ନିଜେ ହିଁ ନିଜ ପାଇଁ ବିପଦକୁ ଡାକିଆଣିଲା । ଡିସେମ୍ବର ମାସ ୩ ତାରିଖ ପାକିସ୍ତାନ ବାୟୁସେନା ଭାରତର ୬ ଏୟାରଫିଲଡ ଉପରକୁ ହଟାତ ଆକ୍ରମଣ କରିବାକୁ ଲାଗିଲା । ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଲା ଭାରତ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା ।

killer

ଭାରତୀୟ ନୌସେନା ତୁରନ୍ତ ଵିପକ୍ଷ ପାକିସ୍ତାନ ସେନାଙ୍କୁ ମଜା ଚଖେଇବା ପାଇଁ ଲାଗି ପଡିଲେ । ପରେ ଭାରତୀୟ ନୌସେନା ପାକିସ୍ତାନର କରାଚୀ ସ୍ଥିତ ମୁଖ୍ୟ ନୌସେନା କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଯୁଦ୍ଧ ପ୍ରସ୍ତୁତି ସମ୍ପୂର୍ଣ୍ଣ ରୂପେ ଶେଷ ହେବା ପରେ ରାତିରେ ଗୁଜୁରାଟର ଓଉଖାରୁ ଭାରତୀୟ ନୌସେନାର ଗୋଟିଏ ଭାଗ ପାକିସ୍ତାନ ଅଭିମୁଖେ ବାହାରି ପଡ଼ିଥିଲେ । ଏହା ଭିତରେ ୩ଟି ବିଦ୍ୟୁତ କ୍ଲାସ ମିସାଇଲ ବୋଟ, ଦୁଇଟି ଏଣ୍ଟି ସଂମ୍ବରୀଷ ଓ ଏକ ଟ୍ୟାଙ୍କର ବିଦ୍ୟୁତ କ୍ଲାସ ପଠାଯାଇଥିଲା । ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ସେନା ରାତି ୧୦.୩୦ ସମୟରେ ପାକିସ୍ତାନର କରାଚୀ ଅଡ୍ଡା ଉପରେ ଆକ୍ରମଣ କରିବାକୁ ଲାଗିଲେ । ଯାହାକି ପାକିସ୍ତାନ ସ୍ଥିତିକୁ ଦୋହଲାଇ ଦେଇଥିଲା । ଭାରତ ଆକ୍ରମଣର ଜବାବ ଦେବା ପାଇଁ ତାଙ୍କ ପାଖରେ ଆଉ ଚାରା ନଥିଲା । ସେହି ଦେଶ ନିକଟରେ ଏମିତି ଅତ୍ୟାଧୁନିକ ବିମାନ ବି ନଥିଲା ଯାହାଦ୍ୱରା ବମ ମାଧ୍ୟମରେ ଭାରତ ପକ୍ଷରୁ କରାଯାଇଥିବା ଏହି ହମଲାର ଜବାବ ଦିଆଯାଇପାରିବ ।

ଏହା ସହ ପଢନ୍ତୁ: ଏହି ଦେଶରେ ଲୋକଙ୍କ କାମ ଏବଂ ଷ୍ଟାଟସ ଅନୁଯାୟୀ ତିଆରି କରାଯାଏ କଫିନ, ମିଳେ ବିଭିନ୍ନ ଷ୍ଟାଇଲର କଫିନ

ଆଇଏନଏସ ନିପଟ ଓ ଆଇଏନଏସ ନିର୍ଘଟ ପାକିସ୍ତାନର ପିଏନେସ ଯୁଦ୍ଧ ପୋତ ଓ ଏମବି ବିନର୍ସ ଯୁଦ୍ଧ ଜାହାଜକୁ କ୍ଷଣକରେ ମିସାଇଲ ମାଧ୍ୟମରେ ଉଡାଇଦେଇଥିଲେ । ତାପରେ ତୋପ ବର୍ଷଣରେ କରାଚୀ ବନ୍ଦର ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ଦେଖୁ ଦେଖୁ ବନ୍ଦରରେ ଥିବା ତେଲ ଡିପୋ ଗୁଡିକ ଜଳି ପାଉଁଶ ପାଲଟି ଯାଇଥିଲା । ଏହି ସବୁ ଅପରେସନ ଭାରତୀୟ ସେନା ମାତ୍ର ୯୦ ମିନିଟ ବା ଦେଢ଼ ଘଣ୍ଟାରେ ପୂର୍ଣ୍ଣ କରିଥିଲେ । କରାଚୀ ବନ୍ଦର ସଂପୁର୍ଣ ରୂପେ ମାଟିରେ ମିଶି ଯାଇଥିଲା । ଏହା ପରେ ପରେ କରାଚୀରୁ ଇସ୍ଲାମଵାଦକୁ ପାକିସ୍ତାନ ନୌସେନା ମୁଖ୍ୟାଳୟକୁ ଟ୍ରାନ୍ସଫର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.