5T ସଚିବଙ୍କ ଭୋର ପ୍ରାୟ ସାଢେ ୪ଟା ବେଳେ ଅଚାନକ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିଦର୍ଶନ, ବିକାଶମୂଳକ କାର୍ଯ୍ୟର କଲେ ତଦାରଖ

ଭୁବନେଶ୍ବର: 5T ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିଦର୍ଶନ । ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସେ ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରର ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ 5T ସଚିବ। ନିକଟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସାଢେ ୮କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ଡିସିପି ଅନୁପ ସାହୁ ଉପସ୍ଥିତ ଥିଲେ। ବିଡିଏ, ବିଏମସି, ସାଧାରଣ ପ୍ରଶାସନ ଓ ପୋଲିସର ମିଳିତ ସ୍କ୍ଵାଡ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.