ଉନ୍ମୋଚିତ ହେଲା ଶ୍ରୀଦେବୀଙ୍କ ଉପରେ ଲିଖିତ ପୁସ୍ତକ ‘ଶ୍ରୀଦେବୀ: ଦ ଇଣ୍ଟରନାଲ ସ୍କ୍ରିନ ଗଡେସ୍‌’, ମଞ୍ଚରେ ଭାବବିହ୍ଵଳ ହୋଇପଡିଲେ ବୋନି

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ସ୍ୱର୍ଗତା ଶ୍ରୀଦେବୀଙ୍କ ମୃତ୍ୟୁକୁ ଦୁଇବର୍ଷ ପୂରଣ ହେବାକୁ ଯାଉଛି। କିନ୍ତୁ ଆଜି ମଧ୍ୟ ତାଙ୍କୁ ଭୁଲି ପାରୁନାହାନ୍ତି କେହି। ନିକଟରେ ଶ୍ରୀଦେବୀଙ୍କ ଉପରେ ଲିଖିତ ଏକ ପୁସ୍ତକ ‘ଶ୍ରୀଦେବୀ: ଦ ଇଣ୍ଟରନାଲ ସ୍କ୍ରିନ ଗଡେସ୍‌’ଉନ୍ମୋଚନ ହୋଇଯାଇଛି। ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏହି ପୁସ୍ତକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଉପସ୍ଥିତ ଥିଲେ। ଏହି ପୁସ୍ତକକୁ ଓଡିଆ ଲେଖକ ସତ୍ୟାର୍ଥ ନାୟକ ଲେଖିଛନ୍ତି। ପୁସ୍ତକ ଉନ୍ମୋଚନ ସମୟରେ ମଞ୍ଚରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନୀ କପୁର କାନ୍ଦି ପକାଇଥିଲେ।

ଏହାସହ ପଢ଼ନ୍ତୁ ; ବକ୍ସ ଅଫିସରେ ଧମାଲ କରୁଛି ‘କମାଣ୍ଡୋ ୩’, ତିନି ଦିନରେ କରିଛି ଭଲ ବ୍ୟବସାୟ

depu

ଶ୍ରୀଦେବୀଙ୍କୁ ମନେପକାଇ ଦୀପିକା କହିଥିଲେ, ୨୦୦୭ରେ ଯେତେବେଳେ ମୁଁ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୋ ପ୍ରତି ଫିଲ୍ମ ରିଲିଜ୍‌ ପରେ ମୋତେ ଶ୍ରୀଦେବୀ ମେସେଜ କରୁଥିଲେ। ଆଜି ବି ତାଙ୍କ ମେସେଜ୍‌ ମୋ ପାଖରେ ରହିଛି। ତାଙ୍କ ମୃତ୍ୟୁଦିନ ସେ ମୋ ସହ ଶେଷଥର ପାଇଁ କଥା ହୋଇଥିଲେ। ଘରେ ରହୁଥିବା ଷ୍ଟାଫ୍‌କୁ ନେଇ ଶ୍ରୀଦେବୀ ଚିନ୍ତିତ ଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହା ଫେବ୍ରୁଆରୀ ୨୪ରେ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାଉଦିଆରବ ଯାଇଥିବାବେଳେ ବାଥ୍‌ଟବ୍‌ରେ ପଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.