ନାସା ନୁହେଁ, ଇସ୍ରୋ ଠାବ କରିଥିଲା ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ, ସୂଚନା ଦେଲେ ମୁଖ୍ୟ କେ. ଶିବନ

ନୂଆଦିଲ୍ଲୀ: ନାସା ନୁହେଁ, ଇସ୍ରୋ ଠାବ କରିଥିଲା ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ମୁଖ୍ୟ କେ. ଶିବନ। ଡିସେମ୍ବର ୩ତାରିଖରେ ନିଜସ୍ୱ ଅର୍ବିଟର ହିଁ ବିକ୍ରମର ଭଗ୍ନାବଶେଷ ଠାବ କରିଥିଲା। ଏନେଇ ଇସ୍ରୋର ୱେବସାଇଟରେ ଘୋଷଣା ହୋଇଥବା ସେ କହିଛନ୍ତି। ଏହାସହ ଇସ୍ରୋର ଭଗ୍ନାବଶେଷକୁ ନାସା ପ୍ରଥମେ ଠାବ କରିଥିବା ନେଇ ଦାବିକୁ ସେ ଅଗ୍ରାହ୍ୟ କରିଛନ୍ତି।

ଗତକାଲି ନାସା ପକ୍ଷରୁ ବିକ୍ରମର ଭଗ୍ନାବଶେଷ ଠାବ ନେଇ ସ୍ପଷ୍ଟ କରାଯାଇଥିଲା। ତେବେ ଏହାର ଶ୍ରେୟ ଚେନ୍ନାଇର ମେକାନିକାଲ ଇଞ୍ଜିନିୟର ସନମୁଗ ସୁବ୍ରମଣ୍ୟମଙ୍କୁ ଦେଇଥିଲା। ଜୁଲାଇ ୨୨ତାରିଖରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କରାଯାଇଥିଲା। ସେପ୍ଟେମ୍ବର ୭ତାରିଖରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍‌ଟ ଲାଣ୍ଡିଂ କରିଥାନ୍ତା। କିନ୍ତୁ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ହଠାତ୍‌ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.