ଡ୍ୟୁଟି ବେଳେ ମୃତ୍ୟୁ ବରଣ କରିଥିବା ପୋଲିଂ ଅଫିସରଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଗତ ସାଧାରଣ ନିର୍ବାଚନ ବେଳେ ପୋଲିଂ ଅଫିସର୍‌ ଭାବେ ଡ୍ୟୁଟି କରୁଥିବା ବେଳେ ମୃତ୍ୟୁବରଣ କରିଥିଲେ ପ୍ରକାଶ ଥାଟୋଇ । ତାଙ୍କୁ ଏବେ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଗତ ନିର୍ବାଚନରେ ପ୍ରକାଶ ଥାଟୋଇ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅଫିସର୍‌ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରକାଶଙ୍କ ସିଂହପୁର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଏହି ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.