ରେଲୱେ ଟ୍ରାକ ପାର କରିବା ପାଇଁ ହାତୀ କଲା ଏପରି, ଲୋକେ କରୁଛନ୍ତି ତାରିଫ, ଦେଖନ୍ତୁ ଭିଡିଓ..

ଇଣ୍ଟରନେଟରେ ପ୍ରତିଦିନ କିଛି ନା କିଛି ଅଜବ ଘଟଣା ଭାଇରଲ ହୋଇଥାଏ ଠିକ ସେହିପରି ନିକଟରେ ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି । ଭିଡ଼ିଓଟିକୁ ଦେଖିବାପରେ ଲୋକମାନେ ହାତୀର ବୁଦ୍ଧିକୁ ତାରିଫ କରୁଥିବା ଦେଖିବାକୁ ମିଳିଛି । ଯଦିଓ କିଛିଲୋକ ତାର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ ଅଛନ୍ତି । ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀଟି ରେଲୱେ କ୍ରସିଂ ଫାଟକ ନିକଟରେ ଠିଆହୋଇଛି । ତେବେ ଟ୍ରାକ କ୍ରସ କରିବା ପାଇଁ ସେ ଗେଟକୁ ଧୀରେ ଧୀରେ ଉଠାଇବାକୁ ଚେଷ୍ଟା କରୁଛି ଏବଂ ତାପରେ ଅନ୍ୟପଟେ ତଳେ ଗଳି ବାହାରି ଯାଉଛି । ହାତୀର ଭାଗ୍ୟ ଭଲ ଯେ ସେ ରେଲୱେ ଟ୍ରାକ ଅତିକ୍ରମ କରିବାବେଳେ କୌଣସି ଟ୍ରେନ ଆସିନାହିଁ ନଚେତ ହାତୀର ଅବସ୍ଥା ଯାହା ହୋଇଥାନ୍ତା ତାହା ଆପଣ ଭାବି ପାରୁଥିବେ ।

1 ମିନିଟ 7 ସେକେଣ୍ଡର ଏହି ଭିଡିଓକୁ ସେୟାର କରିବା ସହିତ ନନ୍ଦ ଲେଖିଛନ୍ତି ‘ଲେବଲ କ୍ରସିଂ ବା ଟ୍ରେନ ଲାଇନ ଏହି ହାତୀକୁ ଅନ୍ୟପଟକୁ ଯିବାରେ ରୋକି ପାରିବ ନାହିଁ । ସେମାନେ ନିଜ ରାସ୍ତା ଭଲଭାବରେ ମନେ ରଖିଥାନ୍ତି । ତେବେ ହାତୀଟି କିପରି ଭିନ୍ନ ଭିନ୍ନ ଉପାୟ ବ୍ୟବହାର କରି ଦୁଇଟି ଫାଟକ ଅତିକ୍ରମ କଲା ତାହା ଦେଖିବାର କଥା ନିଶ୍ଚୟ । ଏହି ଭିଡ଼ିଓଟିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।’

Leave A Reply

Your email address will not be published.