କୋଣାର୍କ ଇକୋ ରିଟ୍ରିଟ୍‌ର ଉଦଘାଟନ ପରେ ଓଡ଼ିଶାକୁ ଆସ ଓ ଓଡ଼ିଶାକୁ ଉପଭୋଗ କର ବୋଲି ଟୁଇଟ୍‌ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମ ଥର ରାଜ୍ୟରେ ଏଭଳି ନିଆରା ଉତ୍ସବ ଆୟୋଜିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ଟ୍ଵିଟ୍‌ କରିଛନ୍ତି । ଟ୍ଵିଟ୍‌ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ଧର୍ମେନ୍ଦ୍ର ଟ୍ଵିଟ୍‌ରେ ଲେଖିଛନ୍ତି, ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ କାର୍ନିଭାଲ, କୋଣାର୍କ ଆପଣଙ୍କୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ମନୋରମ ବ୍ୟଞ୍ଜନ ମାଧ୍ୟମରେ ଏକ ଅବିଶ୍ୱସନୀୟ ଯାତ୍ରା କରାଇବ । ଓଡ଼ିଶା ଆସନ୍ତୁ ଓ ମନ୍ତ୍ରମୁଗ୍ଧ ହୋଇଯାଆନ୍ତୁ ବୋଲି କହିଛନ୍ତି ।

ଏହାପୂର୍ବରୁ ଶ୍ରୀମନ୍ଦିରକୁ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣାକୁ ନେଇ ଧର୍ମେନ୍ଦ୍ର ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଏଭଳି ପ୍ରଶଂସା ପରେ ନୂଆ ସମୀକରଣର ଆଭାସ ମିଳୁଛି । ଅଶ୍ୱିନୀ ବୈଷ୍ଣବଙ୍କ ସମର୍ଥନ ଠାରୁ ଆରମ୍ଭ କରି ନାଗରିକତା ସଂଶୋଧନ ବିଲ୍‌ ପର୍ଯ୍ୟନ୍ତ । ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରରେ ବିଜେଡି ଓ ବିଜେପିର ସ୍ୱର ଏକ ହୋଇଛି । ଏନଡିଏ ସରକାରଙ୍କ ମତରେ ମତ ମିଶାଇଛି ବିଜେଡି । ଅନ୍ୟପଟେ ରାଜ୍ୟ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରୁଥିବା ବିଜେଡି କହିଛି ।ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି–ବିଜେପି ସମ୍ପର୍କ ଆରପାର ଥିଲା। କିନ୍ତୁ ଏହା ଭିତରେ ଅନେକ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.