ବଦଳିଗଲା ପୋଷ୍ଟ ଅଫିସ ସେଭିଙ୍ଗର ନିୟମ, ଏବେ PPF ଆକାଉଣ୍ଟରେ ଜମା କରିପାରିବେ ୨୫,୦୦୦ରୁ ଅଧିକ ଟଙ୍କା

ପୋଷ୍ଟ ଅଫିସରେ ପିପିଏଫ, ସୁକନ୍ୟା ସଂବୃଦ୍ଧି ଆଦି ସ୍ୱଳ୍ପ ସଂଚୟ ଯୋଜନାରେ ଖାତା ଖୋଲୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର । ପୋଷ୍ଟ ଅଫିସ ବିଭାଗ ସ୍ୱଳ୍ପ ସଂଚୟ ଯୋଜନାରେ ଟଙ୍କା ଜମା କରୁଥିବା ନିୟମରେ କିଛି ପରିବର୍ତ୍ତନ ଆଣିଛି । ଯାହାଦ୍ୱାରା ବର୍ତ୍ତମାନ ଡାକ ବିଭାଗରେ ଏହିସବୁ ଯୋଜନାର ଖାତାଧାରକ ମାନେ ନନ ହୋମ ପୋଷ୍ଟ ଅଫିସ ବ୍ରାଞ୍ଚରେ ୨୫ ହଜାରରୁ ଅଧିକ ଟଙ୍କାର ଚେକ ଜମା କରିପାରିବେ ।

 

 

Image result for post office small saving schemes

ପୂର୍ବ ନିୟମ ଅନୁଯାୟୀ ନନ ହୋମ ପୋଷ୍ଟ ଅଫିସ ବ୍ରାଞ୍ଚରେ ୨୫ ହଜାରରୁ ଅଧିକ ଟଙ୍କା ଜମା କରିବାର ମଞ୍ଜୁରୀ ନଥିଲା । ଡାକ ବିଭାଗରେ ସ୍ୱଳ୍ପ ସଂଚୟ ଯୋଜନାରେ ୨୫୦୦୦ରୁ ଅଧିକ ଟଙ୍କାର ଚେକ CBS ବ୍ରାଞ୍ଚରେ ଜମା ନକରିପାରିବା ବିରୋଧରେ ଅଭିଯୋଗ ହୋଇ ଆସୁଥିଲା । ୨୦୧୯ ଡିସେମ୍ବର ୨ ତାରିଖରେ ଆସିଥିବା ନିର୍ଦ୍ଦେଶ ଅନୁଯାୟୀ ଡାକ ବିଭାଗ ନିଜ ନିୟମରେ ପରିବର୍ତ୍ତନ ଆଣିଛି । ତେବେ ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ CBS କିମ୍ବା କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ବ୍ରାଞ୍ଚ ଦ୍ୱାରା ଜାରି କରାଯାଇଥିବା ଚେକ ଯେକୌଣସି ପୋଷ୍ଟ ଅଫିସ ବ୍ରାଞ୍ଚ ଦ୍ୱାରା ମଂଜୁର କରାଯାଇପାରିବ । ପୋଷ୍ଟ ଅଫିସର ସ୍ୱଳ୍ପ ସଂଚୟ ଯୋଜନାରେ ନିବେଶ କରିବା ଅଧିକ ସୁରକ୍ଷିତ ହୋଇଥାଏ ।

Image result for post office small saving schemes

ପୋଷ୍ଟ ଅଫିସର ସ୍ୱଳ୍ପ ସଂଚୟ ଯୋଜନାରେ ମିଳୁଥିବା ସୁଧ ବହୁତ ଆକର୍ଷଣୀୟ ହୋଇଥାଏ । ପିପିଏଫରେ ଏହା ୭.୯୦% ହୋଇଥିବା ବେଳେ ସୁକନ୍ୟା ସଂବୃଦ୍ଧି ଯୋଜନାରେ ଏହା ୮.୪%, ବରିଷ୍ଠ ନାଗରିକ ସେଭିଙ୍ଗ ଯୋଜନାରେ ୮.୬%, ରାଷ୍ଟ୍ରୀୟ ସେଭିଙ୍ଗ ପତ୍ରରେ ୭.୯%, କିଷାନ ବିକାଶ ପତ୍ରରେ ୭.୬% ଏବଂ ପୋଷ୍ଟ ଅଫିସ ଡିପୋଜିଟ(୫ ବର୍ଷ ପାଇଁ) ରେ ୭.୭%ର ସୁଧ ଦରରେ ମିଳିଥାଏ ।

Leave A Reply

Your email address will not be published.