ସାଧାରଣତଃ ମଣିଷର ପଶୁପକ୍ଷୀଙ୍କ ପ୍ରତି ଭଲପାଇବାର ଉଦାହରଣ ଆପଣ ବହୁତ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛୁ ଯାହା ଆପଣ ପୂର୍ବରୁ କେବେବି ଶୁଣିନଥିବେ । ଫ୍ରାନସିସ୍କୋର ଜଣେ ମହିଳା ନିଜ କୁକୁରକୁ ଏତେ ଭଲ ପାଆନ୍ତି ଯେ ତାକୁ ପାଇବା ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ । ଆଜ୍ଞା ହଁ ଏମିଲି ଟେଲରମୋ ନାମକ ଏହି ମହିଳାଙ୍କର ୫ ବର୍ଷୀୟ କୁକୁର ହଜିଯାଇଛି । ତେବେ ମହିଳାଙ୍କ କହିବା ଅନୁଯାୟୀ ଗତ ସପ୍ତାହରେ ଏକ ଗ୍ରୋସରୀ ଷ୍ଟୋର ବାହାରୁ ତାଙ୍କର ନୀଳ ଆଖିଯୁକ୍ତ ଅଷ୍ଟ୍ରେଲିୟନ ସେଫର୍ଡ ଚୋରି ହୋଇ ଯାଇଛି । ବର୍ତ୍ତମାନ ମହିଳା ନିଜ କୁକୁର ଜ୍ୟାକସନକୁ ଖୋଜି ଆଣିଲେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ମହିଳା ଜଣକ ଏହି ସୂଚନା ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ଦେଇଛନ୍ତି ।
ସୂଚନା ଅନୁଯାୟୀ ମହିଳାଜଣକ ନିଜର କୁକୁରକୁ ଖୋଜିବା ପାଇଁ ୮୫୦୦୦ ଟଙ୍କା ଦେଇ ଏକ ବିମାନ ଭଡାରେ ନେଇଥିଲେ । ଯାହା ସାହାଯ୍ୟରେ ସେ ସାରା ସହରରେ କୁକୁରକୁ ଖୋଜିଥିଲେ । କେବଳ ସେତିକି ନୁହେଁ ସେ ନିଜ କୁକୁରକୁ ଖୋଜିବା ପାଇଁ ଏକ ୱେବସାଇଟ(bringjacksonhome) ମଧ୍ୟ ବନାଇଛନ୍ତି ଯେଉଁଠି ସେ ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।
କୁକୁରକୁ ନେଇ ମହିଳାଜଣକ କହିଛନ୍ତି ଯେ ତାର ଓଜନ ୧୩ କେଜି ଏବଂ ତାଠାରେ କଳା, ଧଳା ଓ ଗ୍ରେ ରଙ୍ଗର ଲୋମ ରହିଛି । ଏହାସହିତ ତାର ଆଖି ନୀଳ , ଏହାବ୍ୟତୀତ ମହିଳାଜଣକ କୁକୁରର ଟିଣ୍ଡର ଆକାଉଣ୍ଟ ମଧ୍ୟ ବନାଇଛନ୍ତି । ଏମିଲିର ଇନଷ୍ଟାଗ୍ରାମ ଦେଖିବା ଆପଣ ବୁଝିପାରୁଥିବେ ଯେ ସେ ନିଜ କୁକୁର ଜ୍ୟାକସକୁ ଏତେ ଭଲ କାହିଁକି ପାଉଥିବେ । ଇନଷ୍ଟାଗ୍ରାମରେ ତାଙ୍କର ୩୦୦୦ ରୁ ଅଧିକ ଫଲୋଅର୍ସ ଅଛନ୍ତି ।