ହାତଛଡ଼ା କରନ୍ତୁ ନାହିଁ ମଉକା, ‘flipkart year end sale 2019’ରେ ଅଧା ଦାମ୍‌ରେ କିଣନ୍ତୁ ଦାମୀ ସ୍ମାର୍ଟଫୋନ୍‌

ଇ-କମର୍ସ ସାଇଟ୍‌ ‘flipkart’ରେ ଏବେ ଚାଲିଛି ‘flipkart year end sale 2019’। ଏହା ୨୩ ଡିସେମ୍ବର ପଯ୍ୟର୍ନ୍ତ ଚାଲିବ। ଆପଣଙ୍କ ହାତରେ ଆଉ ରହିଲା ମାତ୍ର ୨ ଦିନ। ତେଣୁ ସମୟ ଚାଲିଯିବା ପୂର୍ବରୁ ଫଟାଫଟ୍‌ ଏହାର ଫାଇଦା ଉଠାନ୍ତୁ।23

flip2

flipkart year end saleରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏ୫୦, ଓପୋ ଏଫ୍‌୧୧, ଗୁୁଗଲ ପିକ୍ସେଲ୍‌ ୩, ହନର୍‌ ୧୦ ଲାଇଟ୍‌, ଓପୋ ଏଫ୍‌ ୧୧ ପ୍ରୋ ଏବଂ ଏସସ୍‌ ୫ଜେଡ୍‌ ମୋବାଇଲ୍‌ ଫୋନ୍‌ ବହୁତ ଶସ୍ତାରେ ବିକ୍ରି ହେଉଛି। ଯଦି ଡିସ୍‌କାଉଣ୍ଟ ଅଫର କଥା ଉଠେ, ତା’ହେଲେ ବଛା ବଛା ସ୍ମାର୍ଟଫୋନ୍‌କୁ ବିନା ସୁଧ ଥିବା ଇଏମ୍‌ଆଇ ଜରିଆରେ ବିକ୍ରି କରାଯାଉଛି। ସେଠି ଆଇସିଆଇସିଆଇ ବ୍ୟାଙ୍କର କାର୍ଡରେ କିଣାକିଣି କରିବା ଉପରେ ୧୦ ପ୍ରତିଶତ ପଯ୍ୟର୍ନ୍ତ ଇନ୍‌ଷ୍ଟାଣ୍ଟ୍‌ ଡିସ୍‌କାଉଣ୍ଟ୍‌ ମଧ୍ୟ ମିଳୁଛି।

flip3

ଏହି ସେଲ୍‌ରେ ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ର ୪ ଜିବି ର‍୍ୟାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ ଭେରିଏଣ୍ଟ୍‌କୁ ୨୭,୯୯୯ ଟଙ୍କାରେ ଆପଣ କିଣିପାରିବେ। ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ପ୍ଲସ୍‌କୁ ୩୪,୯୯୯ ଟଙ୍କାରେ କିଣିବାର ମଉକା ମିଳୁଛି, ଯେତେବେଳେ କି ଏହାର ପ୍ରକୃତ ଦାମ୍‌ ଥିଲା ୩୭,୯୯୯ ଟଙ୍କା।

ସାମ୍‌ସଙ୍ଗ ଗାଲାକ୍ସି ଏ୫୦କୁ ୧୪,୯୯୯ ଟଙ୍କାରେ କିଣିପାରିବେ। ପୂର୍ବରୁ ଏହା ୧୬,୯୯୯ ଟଙ୍କାରେ ମିଳୁଥିଲା। ସେହିପରି flipkartରେ ହନର୍‌ ୧୦ ଲାଇଟ୍‌ ସ୍ମାର୍ଟଫୋନ୍‌କୁ ୭,୯୯୯ ଟଙ୍କା ଏବଂ ହନର୍‌ ୯ଏନ୍‌କୁ ୮,୯୯୯ ଟଙ୍କାରେ କିଣିବାର ମଉକା ମିଳିପାରୁଛି।

f1

ଓପୋ ଏଫ୍‌୧୧ ପ୍ରୋର ୬ ଜିବି ର‍୍ୟାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜ୍‌ ଭେରିଏଣ୍ଟ୍‌କୁ ସେଲ୍‌ ସମୟରେ ୧୬,୯୯୦ ଟଙ୍କାରେ ବିକ୍ରି କରାଯାଉଛି। ସେଲ୍‌ ପୂର୍ବରୁ ଏହା ୧୯,୯୯୦ ଟଙ୍କାରେ ଉପଲବ୍ଧ ଥିଲା। flipkart ସେଲ୍‌ରେ ଓପୋ ଏ୭କୁ ୧୨,୯୯୦ ଟଙ୍କା ଜାଗାରେ ୯,୯୯୦ ଟଙ୍କାରେ ଆପଣ କିଣିପାରିବେ। ଏହାଛଡ଼ା ଗୁଗଲ ପିକ୍ସେଲ ୩ଏ ଏକ୍ସଏଲ୍‌କୁ ୩୦,୯୯୯ ଟଙ୍କା ଏବଂ ଗୁଗଲ ପିକ୍ସେଲ ୩କୁ ୪୨,୯୯୯ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.