ବିଗ୍‌ବସ୍‌ ୧୩: ସିଦ୍ଧାର୍ଥଙ୍କ କ୍ଲାସ୍‌ ନେବା ବେଳେ ସଲମାନ୍‌ଙ୍କୁ ରୋକିଲେ ମେକର୍ସ ଟିମ୍‌, କହିଲେ ଏମିତି କଥା

କଲର୍ସର ସବୁଠାରୁ ଲୋକପ୍ରିୟ ଶୋ’ ବିଗ୍‌ବସ୍‌ ୧୩ରେ ଏବେ ସିଦ୍ଧାର୍ଥ ଶୁକ୍ଳା ଓ ରଶ୍ମି ଦେଶାଇଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି। ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ବାଧ୍ୟ ହୋଇ ଶୋ’ର ହୋଷ୍ଟ ସଲମାନ ଖାନ୍‌ ଏଥିରେ ହସ୍ତକ୍ଷେପ କରିଛନ୍ତି। ଓ୍ଵିକ୍‌ଏଣ୍ଡ କା ଓ୍ଵାରରେ ଉଭୟେ ପରସ୍ପରକୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ଏଥରକ କିନ୍ତୁ କଥା ଆଗକୁ ବଢ଼ିଯାଇଥିଲା।

ଝଗଡ଼ା ବେଳେ ରଶ୍ମି ସିଦ୍ଧାର୍ଥଙ୍କ ଉପରେ ଚା’ ଫିଙ୍ଗିଦେଇଥିଲେ। ପରେ ସିଦ୍ଧାର୍ଥ ମଧ୍ୟ ତାଙ୍କ ଉପରକୁ ଚା’ ଫିଙ୍ଗିଥିଲେ। ଅରହାନ୍‌ ଉଭୟଙ୍କ ମଧ୍ୟରେ ଆସିଯାଇଥିବା ବେଳେ ସିଦ୍ଧାର୍ଥ ତାଙ୍କ ସାର୍ଟକୁ ଧରିଦେଇଥିଲେ ଫଳରେ ଏହା ଚିରିଯାଇଥିଲା। ପରେ ରଶ୍ମି ଘର ଭିତରକୁ ଯାଇ ଅରହାନ୍‌ଙ୍କୁ କହିଥିଲେ ତା ସାହସ କେମିତି ହେଲା ମୋତେ ଏମିତି କହିବାକୁ। ‘ଏସି ଲଡକି’ର ଅର୍ଥ କ’ଣ?

ପରେ ରଶ୍ମି ସିଦ୍ଧାର୍ଥଙ୍କୁ ଡ୍ରଗ୍ସ ଆଡିକ୍‌ଟେଡ୍‌ ବୋଲି କହିଥିଲେ। ସିଦ୍ଧାର୍ଥ ମଧ୍ୟ ରଶ୍ମିଙ୍କ ଚରିତ୍ରକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି। ତେବେ ଘରଭିତରେ ଚାଲିଥିବା ଝଗଡ଼ାକୁ ସଲମାନ ଖାନ୍‌ ମଧ୍ୟ ଟିଭି ସ୍କ୍ରିନ୍‌ରେ ଦେଖିଥିଲେ। ଆଜି ପ୍ରସାରିତ ହେବାକୁ ଥିବା ଏପିସୋଡ୍‌ରେ ସଲମାନ୍‌ ସମସ୍ତଙ୍କ ଉପରେ ରାଗିବା ସହ ଏମିତି ଶୋ’ର ଅଂଶ ହେବାକୁ ସେ ଚାହୁଁନାହାନ୍ତି ବୋଲି କହିବେ।

ସଲମାନ ଏ ନେଇ ସିଦ୍ଧାର୍ଥକୁ ଏମିତି ଝିଅମାନେ କେମିତି ପଚାରିବା ସହ ତାଙ୍କ ଉପରେ ରାଗିବା ବେଳେ ତାଙ୍କୁ ବିଗ୍‌ବସ୍‌ ଟିମ୍‌ ରୋକିଥିବା ସୂଚନା ମିଳିଛି। ସୂଚନାମୁତାବକ, ରଶ୍ମି ଦେଶାଇଙ୍କ ସହ ଏଭଳି ବ୍ୟବହାର ପାଇଁ ସଲମାନ୍‌ ସିଦ୍ଧାର୍ଥଙ୍କ କ୍ଲାସ୍‌ ନେବାକୁ ଯାଉଥିବା ବେଳେ କ୍ରିଏଟିଭ୍‌ ଟିମ୍‌ ତାଙ୍କୁ ଏଭଳି କରିବାକୁ ମନା କରିଥିଲେ। ଏ ନେଇ ବିଗ୍‌ବସ୍‌ ଘରର ଭିତରର ସୂଚନା ଦେଉଥିବା ‘ଦ ଖବରୀ’ ଟ୍ଵିଟ୍‌ କରି ସୂଚନା ଦେଇଛି। କିନ୍ତୁ ଏହି ଭିଜୁଆଲ ଦର୍ଶକଙ୍କୁ ଦେଖାଯାଇନପାରେ। କ୍ରିଏଟିଭ୍‌ ଟିମ୍‌ ସହ କଥା ହେବା ପରେ ସଲମାନ୍‌ ସିଦ୍ଧାର୍ଥଙ୍କ ସହ ସାଧାରଣ ଭାବେ କଥାବାର୍ତ୍ତା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.