ଦିଲ୍ଲୀର ପୀରଗଡ଼ି ସ୍ଥିତ ଏକ ବ୍ୟାଟେରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୧୪ ଗୁରୁତର ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ପୀରଗଡ଼ି ସ୍ଥିତ ଏକ ବ୍ୟାଟେରି କାରଖାନାରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ନିଆଁ ଲିଭାଇ ପାଇଁ ଘଟଣାସ୍ଥଳରେ ୩୫ଟି ଦମକଳ ପହଁଚି ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁଯାୟୀ ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଗୋଟାଏ କାରଖାନାରେ ନିଆଁ ଲାଗିଥିବା ନେଇ ଭୋରରୁ ଖବର ମିଳିବାପରେ  ନିଆଁ ଲିଭାଇବା ପାଇଁ ସେଠାରେ ଦମକଳ ପହଁଚିଥିଲା। କିନ୍ତୁ କିଛି ସମୟ ପରେ ହଠାତ୍ ଗୋଟେ ବିସ୍ଫୋରଣ ଘଟିବାରୁ ଉକ୍ତ କୋଠାଟି ଭାଙ୍ଗି ପଡ଼ିଥିଲା। ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ଭିତରେ ଅଟକି ରହିଥିବା କୁହାଯାଉଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୧୪ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।

Leave A Reply

Your email address will not be published.