କରିନା କପୁର କଲେ ମାଗାଜିନ୍ ପାଇଁ ଫଟୋ ସୁଟ୍, କିନ୍ତୁ ଏଇ ଭୁଲ୍ ପାଇଁ ହେଲେ ଟ୍ରୋଲ୍

କରିନା କପୁର ନିଜର ଫିଲ୍ମ ‘ଗୁଡ୍ ନ୍ଯୁଜ୍’ର ରିଲିଜ୍ ପରେ ନୂଆବର୍ଷ ଅବସରରେ ଛୁଟି କାଟିବା ପାଇଁ ପରିବାର ସହିତ ସ୍ବିଜରଲ୍ୟାଣ୍ଡ ଯାଇଥିଲେ । ଏହାବ୍ଯତିତ କରିନା ରେଡିଓ ଜରିଆରେ ନିଜର ଟକ୍ ସୋ ପାଇଁ ମଧ୍ଯ ବେଶ୍ ଚର୍ଚ୍ଚାରେ ଥିଲେ । ତେବେ ବର୍ତ୍ତମାନ କରିନା କିନ୍ତୁ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ।

bollywoodକରିନା ଏକ ମଗାଜିନ୍ ପାଇଁ ଫଟୋ ସୁଟ୍ କରିଥିଲେ । ଯେଉଁ ଫଟୋସୁଟ୍ ସମୟରେ ତାଙ୍କର ଏକ ଫଟୋକୁ ଏତେ ମାତ୍ରାରେ ସାରପ୍ କରିଦିଆଯାଇଛି ଯେ ତାଙ୍କର ଆଣ୍ଠୁ ନଜର ହିଁ ଆସୁନାହିଁ । ଏହି ଫଟୋ ଦେଖିବା କ୍ଷଣି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି କି ତୁମ ଆଣ୍ଠୁ କେଉଁଠି ଅଛି?

ଏହି ପରିପେକ୍ଷୀରେ ଆଉ ଜଣେ ୟୁଜର୍ସ ଜବାବ ଦେଇ ଲେଖିଛନ୍ତି କି ତାଙ୍କ ଛାଇରେ ଆଣ୍ଠୁ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି । କରିନା କପୁରଙ୍କ ଆଗାମୀ ପ୍ରୋଜେକ୍ଟ କଥା କହିବାକୁ ଗଲେ ଏହି ସମୟରେ ସେ ଫିଲ୍ମ ଅଂଗ୍ରେଜି ମିଡିୟମରେ କାମ କରୁଛନ୍ତି ।

Leave A Reply

Your email address will not be published.