ଟ୍ରୋଲ ହେଲେ ପ୍ରିୟଙ୍କା, ସୋସିଆଲ ମିଡିଆରେ ଏଭଳି କମେଣ୍ଟ ଦେଲେ ଦର୍ଶକ

ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ନିଜର ନାଁ ରୋସନ୍‌ କରିସାରିଛନ୍ତି। ତାଙ୍କର ଅଭିୟନ ଏବଂ ଫ୍ୟାସନ ଶୈଳୀ ଉଭୟ ନିଆରା। କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ନିଜର ଏକ ଡ୍ରେସ୍‌ କାରଣରୁ ଟ୍ରୋଲ ହୋଇଛନ୍ତି। ସୂଚନା ମୁତାବକ ପ୍ରିୟଙ୍କା kukhareva ର ଟ୍ରାଂସପରେଣ୍ଟ ଡ୍ରେସ ଓ୍ଵିୟର ପିନ୍ଧିଥିଲେ। ଏହି ଡ୍ରେସ୍‌ ଡିନର ଡେଟ ପାଇଁ ବେଷ୍ଟ ଥିଲା। କିନ୍ତୁ ବୋଧହୁଏ ଦର୍ଶକଙ୍କୁ ପ୍ରିୟଙ୍କାଙ୍କର ଏହି ଲୁକ୍‌ ପସନ୍ଦ ଆସିନଥିଲା।

prinka-1ସୂଚନା ମୁତାବକ ପ୍ରିୟଙ୍କା ସ୍ୱାମୀ ନିକ୍‌ଙ୍କ ସହ ଡିନର୍‌ରେ ଆସିଥିବା ସମୟରେ ବ୍ଲାକ ଲଙ୍ଗ୍‌ ଡ୍ରେସ୍‌ ପିନ୍ଧିଥିଲେ। ଯାହା ଖୁବ୍‌ ସିଓ୍ଵିଲିଙ୍ଗ ରହିଥିଲା। ଏହାପରେ ଦର୍ଶକମାନେ ପ୍ରିୟଙ୍କାଙ୍କ ଏହି ଡ୍ରେସିଂ ସେନ୍ସକୁ ଦେଖି କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ। କୌଣସି ଜଣେ ବ୍ୟକ୍ତି କମେଣ୍ଟ ଦେଇଛନ୍ତି- ‘ବିବାହ ପରେ ତୁମ ଡ୍ରେସିଂ ସେନ୍ସ ଖରାପ ହୋଇଯାଇଛି।’

pihuସେହିଭଳି ଅନ୍ୟଜଣେ ଦର୍ଶକ କମେଣ୍ଟ ଦେଇଛନ୍ତି- ‘ମତେ ତୁମ ଡ୍ରେସିଂ ସେନ୍ସ ପସନ୍ଦ କିନ୍ତୁ ଏହି ଡ୍ରେସ୍‌ ତୁମ ଉପରେ ଭଲ ଲାଗୁନି।’ ସେହିପରି ଅନ୍ୟ ୟୁଜରମାନେ କମେଣ୍ଟ ଦେଇଛନ୍ତି- ‘କିଛି ତ ଟିକିଏ ଲାଜ କର, ଏମିତି ଡ୍ରେସ୍‌ କଣ ପାଇଁ ପିନ୍ଧିଛନ୍ତି।’ ଏଭଳି ଅନେକ କମେଣ୍ଟ ଦେଇଛନ୍ତି। ଏହିସବୁ କମେଣ୍ଟ ପରେ ଲୋକମାନେ ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ୍‌କୁ ନେଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.