Below header

ଏବେ ରିସର୍ଚ୍ଚରେ ବି ହେଲା ପ୍ରମାଣିତ, ଇଂରାଜୀ ଶିଖିବାରେ ସାହାଯ୍ୟ କରେ ମଦ

ଲୋକମାନେ ସାଧାରଣତଃ ମଜାରେ କହିଥାନ୍ତି ଯେ ମଦ ପିଇବା ପରେ ଲୋକମାନେ ଇଂରାଜୀ କହିଥାନ୍ତି। କିନ୍ତୁ ଏବେ ଏହି କଥା ସତ ହୋଇଛି। ବୈଜ୍ଞାନିକମାନେ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ଏକ ଗ୍ଲାସ୍‌ ବିୟର କିମ୍ବା ଓ୍ଵାଇନ୍‌ ପିଇବା ପରେ ଲୋକମାନେ ସହଜରେ ବିଦେଶୀ ଭାଷା କହିବାକୁ ଲାଗିଥାନ୍ତି। ଥରେ ମନରୁ ଭୟ ଦୂରେଇ ଯିବା ପରେ ଲୋକମାନେ ନିଶ୍ଚିତ ହୋଇ ଇଂରାଜୀ ଭଳି ଫରେନ୍‌ ଭାଷା କହିଥାନ୍ତି। ଏଣୁ ଯଦି କେହି ମଦରୁ ଦି ଢୋକ ପିଇ ସାରିବା ପରେ ଇଂରାଜୀ କହିବାକୁ ଲାଗୁଛି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବା ଭଳି କୌଣସି ବିଷୟ ନାହିଁ।

ସାଇକୋଫାର୍ମାକୋଲୋଜି ପତ୍ରିକାରେ ପ୍ରକାଶିତ ରିପୋର୍ଟ ମୁତାବକ ମଦପାନ କରିବା ପରେ ସାରା ଦୁନିଆରେ ଲୋକମାନେ ବିଦେଶୀ ଭାଶେ କହିବା ବେଳେ ସଙ୍କୋଚ ଅନୁଭବ କରନ୍ତି ନାହିଁ। ସବୁଠାରୁ ଭଲ କଥା ହେଉଛି ଇଂରାଜୀ କହିବାକୁ ମନ ଭିତରେ ଥିବା ଡର ମଦପାନ କରିବା ପରେ ଦୂରେଇ ଯାଇଥାଏ। ବ୍ରିଟିଶ୍‌ ଓ ଡଚ୍‌ ବୈଜ୍ଞାନିକ ଏକ ଗବେଷଣାରେ ଜାଣିବାକୁ ପାଇଛନ୍ତି ଯେ ଲୋକମାନେ ମଦ ପିଇବା ପରେ ସେମାନଙ୍କ ମନରେ ବେଇଜ୍ଜତ ହେବାକୁ ନେଇ ଥିବା ଡର ବାହାରିଯାଏ। ଏହି କାରଣରୁ ଲୋକମାନେ ନିଜ ଆଞ୍ଚଳିକ ଭାଷା ବ୍ୟତୀତ ଅନ୍ୟ ଭାଷା କହିବା ବେଳେ ସଙ୍କୋଚ କରିଥାନ୍ତି।

Related image

ଏହି ରିସର୍ଚ୍ଚ ପାଇଁ ମାସଟ୍ରିଚ୍‌ ବିଶ୍ୱବିଦ୍ୟାଳୟରେ ପ୍ରାୟ ୫୦ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନେ ଜର୍ମାନୀ ଭାଷାକୁ ସ୍ପଷ୍ଟଭାବେ କହିପାରୁଥିବା ବେଳେ ଡଚ୍‌ ଶିଖିବାକୁ ଚାହୁଁଥିଲେ। ପରୀକ୍ଷା ବେଳେ ଅଧା ଲୋକଙ୍କୁ ପାଣି ପିଇବାକୁ ଦିଆଯାଇଥିଲା ଓ ସେମାନଙ୍କୁ କଥା ହେବାକୁ କୁହାଯାଇଥିଲା। ଅନ୍ୟମାନଙ୍କୁ କଥାବାର୍ତ୍ତା ହେବା ପରେ ମଦ ପିଇବାକୁ ଦିଆଯାଇଥିଲା। ଯେଉଁମାନେ ମଦ ପାନ କରିଥିଲେ ସେମାନେ ଡଚ୍‌ ଭାଷାରେ ଆରାମରେ କଥାବାର୍ତ୍ତା ହୋଇଥିଲେ। ପାଣି ପିଇଥିବା ପିଲାଙ୍କ ତୁଳନାରେ ମଦ ପିଇଥିବା ପିଲା ବିନା ଦ୍ୱିଧାରେ ଡଚ୍‌ କହିବାକୁ ଲାଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.