ପ୍ରୀତି ଜିଣ୍ଟା ବଲିଉଡ୍ର ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରହିନଥା’ନ୍ତି। କିନ୍ତୁ ଯେତେବେଳେ ବି ପ୍ରୀତି ସୋସିଆଲ ମିଡିଆରେ କିଛି ପୋଷ୍ଟ କରନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଯାଇଥାଏ। ପ୍ରୀତିଙ୍କର ସେହିଭଳି ଏକ ଟ୍ଵିଟ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ନିକଟରେ ପ୍ରୀତି ଟ୍ଵିଟ୍ କରି କହିଛନ୍ତି ଯେ ବୁଡ଼ିଯାଉଥିବା ବେଳେ ତାଙ୍କୁ ଏକ କୁକୁର ପାଣିରୁ ଉଦ୍ଧାର କରିଛି।
ସୋସିଆଲ ମିଡିଆରେ ପ୍ରୀତି ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ ସହ ଏକ କୁକୁର ଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ପ୍ରୀତି ଲେଖିଛନ୍ତି, ‘ସତ ପ୍ରେମ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ କୁକୁର କିଛି ଚିନ୍ତା ନ କରି ଆପଣଙ୍କୁ ବଞ୍ଚାଇବାକୁ ପାଣିକୁ ଡେଇଁପଡ଼ିଥାଏ। ଯେତେବେଳ ପର୍ଯ୍ୟନ୍ତ ଆପଣ ବାହାରକୁ ନ ବାହାରିଛନ୍ତି ସେତେବେଳ ଯାଏଁ ସେ ଚିନ୍ତାରେ ରହିଥାଏ। ମୋ ବେବି ସହ ଏକ ଖାସ ମୁହୂର୍ତ୍ତ।’
True love is when your puppy jumps into the jacuzzi to save you from drowning (at least that’s what he thinks) & gets completely flustered until You jump out. Here’s a pawesome 🐶moment with my canine baby ❤️ #smitten #dutchshepherd #Bruno #BrunotheBrave #Dutchie #Truelove #ting pic.twitter.com/FmnoVi0ne4
— Preity G Zinta (@realpreityzinta) January 20, 2020
ଏହି ପୋଷ୍ଟରୁ ଜଣାପଡ଼ୁଛି ଯେ ପ୍ରୀତି ପାଣିରେ ବୁଡ଼ିଯାଉଥିବା ବେଳେ କୁକୁରଟି ତାଙ୍କ ଜୀବନ ବଞ୍ଚାଇଛି। ଖୁବ୍ କମ୍ ସମୟ ମଧ୍ୟରେ ପ୍ରୀତିଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ଫ୍ୟାନ୍ମାନେ ମଧ୍ୟ କମେଣ୍ଟ କରି ପ୍ରୀତିଙ୍କ ଅବସ୍ଥା କେମିତି ଅଛି ପଚାରି ବୁଝୁଥିବା ଦେଖାଯାଇଛି।
ସୂଚନାଯୋଗ୍ୟ ଯେ, ଦିଲ୍ ସେ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିବା ପ୍ରୀତି ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। ପ୍ରୀତିଙ୍କ ହିଟ୍ ଫିଲ୍ମ ମଧ୍ୟରେ ସୋଲଜର, କ୍ୟା କେହେନା, ଚୋରି ଚୋରି ଚୁପ୍କେ ଚୁପ୍କେ, ଦିଲ ଚାହତା ହୈ, କୋଇ ମିଲ ଗୟା, କଲ ହୋ ନା ହୋ, ସଲାମ ନମସ୍ତେ, କଭି ଅଲବିଦା ନା କହନା ଆଦି ଫିଲ୍ମ ରହିଛି।