ମାତ୍ର ୨୯,୦୦୦ ଟଙ୍କାରେ ଘରକୁ ଆଣନ୍ତୁ Heroର ଏହି ଜବରଦସ୍ତ Electric ସ୍କୁଟର, ଲାଇସେନ୍ସର ନାହିଁ ଆବଶ୍ୟକତା

ଦେଶର ଲୋକପ୍ରିୟ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Hero Electric, ନିଜର ଖାସ୍‌ ଇଲେକଟ୍ରିକ୍‌ ସ୍କୁଟରରେ ଜବରଦସ୍ତ ଡିସକାଉଣ୍‌ ଦେଉଛି। ଯଦି ଆପଣ ହିରୋ ଇଲେକଟ୍ରିକର ଶସ୍ତା ଇଲେକଟ୍ରିକ୍‌ ସ୍କୁଟର FLASH Li-Ionକୁ କିଣିବାକୁ ଚାହୁଁଛନ୍ତି ତେବେ ଏହା ହେଉଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।।

ଏହି ଗାଡି ଉପରେ ଏତିକି ମିଳୁଛି ଡିସକାଉଣ୍ଟ

କମ୍ପାନୀ ରେ ୭,୦୮୮ ଟଙ୍କା ଡିସକାଉଣ୍ଟ ଦେଉଛି। ଯାହାପରେ ଦେଶ ସାରା ଏହାର ପ୍ରାରମ୍ଭିକ ଦାମ ମାତ୍ର ୨୯,୯୯୦ ଟଙ୍କା ହୋଇଯାଇଛଚି। କମ୍ପାନୀର କହିବାକଥା ଯେ ଏହି ଅଫର କେବଳ ସୀମିତ ସମୟ ପାଇଁ। ସେହିପରି ନର୍ଥ ଇଷ୍ଟରେ ଏହି ସ୍କୁଟର ଦାମ ୩୨,୭୧୦ ଟଙ୍କା ଅଛି। ଏହି ସ୍କୁଟର କମ୍ପାନୀର ୬୧୫ ସୋରୁମରେ ଉପଲବ୍ଧ ରହିଛି।

electricପେଟିଏମ ଦ୍ୱାରା କ୍ରୟ କଲେ ମିଳିବ ରିହାତି

ଯଦି ଆପଣ ଏହି ସ୍କୁଟରକୁ ପେଟିଏମ ଦ୍ୱାରା କିଣିବାକୁ ଚାହୁଁଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କୁ ୧୦,୫୦୦ ଟଙ୍କା ଫାଇଦା ମିଳିବ। ଏହା ବେନିଫିଟସ୍‌ ଲେଡ୍‌ ଏସିଡ୍‌ ଏବଂ ଲିଥୁୟମ ଆୟନ୍‌ ରେଞ୍ଜ ଉପରେ ଲାଗୁ ହୋଇଛି। ଏହି ସ୍କୁଟରରେ ଏଲଇଡି ହେଡଲାଇଟସ୍‌, ମୋବାଇଲ ଚାର୍ଜିଂ ସୁବିଧା, ରିଜେନେରେଟିଭ୍‌ ବ୍ରେକିଂ ସିଷ୍ଟମ ଭଳି ଫିଚର ରହିଛି। ସ୍କୁଟରର ଓଜନ ୬୯ କିଲୋଗ୍ରାମ ରହିଛି। ଏହାଛଡା ଏଥିରେ ସ୍ପୀଡିମିଟର, ଟେଲିସ୍କପିକ୍‌ ସସପେନସନ୍‌, ଅଲୟ ହ୍ଵିଲ ଏବଂ କ୍ରାଶ୍‌ ଗାର୍ଡ ମଧ୍ୟ ମିଳୁଛି।

୫୦ ରୁ ୬୫ କିମି ରେଞ୍ଜ

Hero Flash electric scooterରେ ୨୫୦ ଓ୍ଵାଟର BLDC ହବ୍‌ ମୋଟର ଲାଗିଛି। ଏହାସହିତ ଏଥିରେ 48V/28 AHର ବ୍ୟାଟେରୀ ମିଳୁଛି, ଯାହା ଫୁଲ୍‌ ଚାର୍ଜିଂ ପାଇଁ ୪ ରୁ ଆଠ ଘଣ୍ଟା ସମୟ ନେଇଥାଏ। ଏହି ସ୍କୁଟରର ଟପ୍‌ ସ୍ପୀଡ୍‌ ୨୫ କିମି ପ୍ରତି ଘଣ୍ଟା ଏବଂ ଫୁଲ୍‌ ଚାର୍ଜଂ ଦ୍ୱାରା ଏହା ୫୦ ରୁ ୬୫ କିମି ପଯ୍ୟର୍ନ୍ତ ଚାଲିପାରିବ।

scooterଡ୍ରାଇଭିଂ ଲାଇସେନ୍ସର ନାହିଁ ଆବଶ୍ୟକତା

Hero Flash electric scooterର ଲେଡ୍‌ ଏସିଡ୍‌ ଭର୍ସନ ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ। ଏହାସହିତ ଏଥିପାଇଁ ରେଜିଷ୍ଟ୍ରେସନର ମଧ୍ୟ କୌଣସି ଆବଶ୍ୟକତା ନାହିଁ। ଏହି ସ୍କୁଟରର ଗ୍ରାଉଣ୍ଡ କ୍ଲିୟରାନ୍ସ 165mm, ହ୍ଵିଲ ସାଇଜ୍‌ 16×3 ଇଞ୍ଚ ଅଟେ। ଏହି ଇଲେକଟ୍ରିକ ସ୍କୁଟର ଲାଲ ଏବଂ ସିଲଭର ଦୁଇଟି ରଙ୍ଗର ଉପଲବ୍ଧ।

ତେଣୁ ଆପଣ ଏହି ସୁଯୋଗକୁ ଆଦୌ ବି ହାତ ଛଡା କରନ୍ତୁ ନାହିଁ। ତୁରନ୍ତ ନିକଟସ୍ଥ ହିରୋ ସୋରୁମ୍‌ ଯାଆନ୍ତୁ ଏବଂ କମ୍‌ ମୂଲ୍ୟରେ ଏହି ଜବରଦସ୍ତ ସ୍କୁଟର ନିଜ ପାଇଁ ନିଜର ପରିବାର ସଦସ୍ୟଙ୍କ ପାଇଁ କିଣି ଆଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.