ବେଙ୍ଗାଲୁରୁ(କେନ୍ୟୁଜ୍): କାର୍ଣ୍ଣାଟକରେ ସିଏଏ ର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ସମର୍ଥନ କରାଯାଉଥିବା ବେଳେ ଏପେଟେ ସେମାନଙ୍କ ସହ ବସବାସ କରୁଥିବା ଅନ୍ୟ ବ୍ୟକ୍ତି ମାନେ ବାସହରା ହୋଇଛନ୍ତି । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରାଯାଇଛି ।
ବେଙ୍ଗାଲୁରୁ କମିଶନର ପୋଲସ ପକ୍ଷରୁ ବେଆଇନ ଭାବେ ଜୀବନ ଯାପନ କରୁଥିବା ବାଂଲାଦେଶୀ ମାନଙ୍କୁ ଗିରଫ କରିବାସହ ସେମାନଙ୍କୁ ନିଜ ଦେଶକୁ ଫେରିଯିବା କୁ କୁହାଯାଇଥିଲା । ତେବେ ବେଳେନ୍ଦୁର ଥାନା ଅଧିନସ୍ତ ଦେବରବନସହଲି ରେ ସରକାରୀ ଜାଗାକୁ ମାଡି ବେଆଇନ ଭାବେ ରହୁଥିବା ବ୍ୟକ୍ତି ମାନଙ୍କ ଉଚ୍ଛେଦ କରାଯାଇଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଖାପାଖି ୩୦୦ ରୁ ଉର୍ଦ୍ଧ୍ବ ବଙ୍ଗଳାଦେଶୀ ରହୁଥିବା ଘରଗୁଡିକୁ ଉଚ୍ଛେଦ କରାଯାଇଛି ।
ତେବେ ଏଠାରେ ପାଖାପାଖି ୧୨ ଶହ ରୁ ୧୫ ଶହ ବଙ୍ଗଳାଦେଶୀ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏପଟେ କିଛି ଦିନ ତଳେ ସେମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା ଏବଂ ଅଧିକାଂଶ ବଙ୍ଗଳାଦେଶୀ ନିଜ ଦେଶକୁ ପଳାଇଥିବା କହିଛନ୍ତି। ସିଏଏ କୁ ଏମାନେ ସମର୍ଥନ କରୁଥିବା ବେଳେ ସେମାନଙ୍କୁ କିଛି ସୂଚନା ନଦେଇ ଉଚ୍ଛେଦ କରାଯାଉଥିବା ଅଭିଯୋଗ ଆଣିଛନ୍ତି ।