Below header

ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପିଲାଟି ବହୁତ ଚାଲାକରେ ଖାଉଥିଲା ଲଲିପପ୍‌, ଭିଡିଓ ସେୟାର କଲେ ବିରେନ୍ଦ୍ର ସେହଓ୍ଵାଗ

ପୂର୍ବ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ୍‌ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ। ଏହି ଭିଡିଓ ଦେଖି ଆପଣଙ୍କୁ ମଧ୍ୟ ନିଜର ପିଲାଦିନ କଥା ମନେ ପଡିଯିବ। ସେହଓ୍ଵାଗ ନିଜର ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ସ୍କୁଲର ପ୍ରାର୍ଥନା ଚାଲିଥିବା ସମୟରେ ବଡ ଚାଲାକରେ ଲଲିପପ୍‌ ଖାଉଛି।

ଏହି ଭିଡିଓରେ ଜଣେ ଛାତ୍ର ଧୂସର ରଙ୍ଗର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି ଏବଂ ହାତ ଯୋଡି ପ୍ରାର୍ଥନା କରୁଛି। ସେ ଆଖି ବନ୍ଦ କରି ପ୍ରାର୍ଥନା କରୁଛି କିନ୍ତୁ ଯେତେବେଳେ ଭଲ କରି ଆପଣ ଦେଖିବେ ସେତେବେଳେ ଦେଖିବାକୁ ପାଇବେ ପିଲାଟି ହାତରେ ଲଲିପପ୍‌ ଧରି ଚୁସିବାରେ ଲାଗୁଛି। ଏହି ଭିଡିଓକୁ ଦେଖି ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ପିଲାଟିର ଏହି କାରନାମାକୁ ଦେଖି ଖୁବ୍‌ ଏଞ୍ଜୟ କରୁଛନ୍ତି।

ସେ ଏହି ଭିଡିଓକୁ ସେୟାର କରି କ୍ୟାପସନ୍‌ ଲେଖିଛନ୍ତି, ‘ଏହି ପିଲାଟିର ଜଲଓ୍ଵା ଅଲଗା ପ୍ରକାର ଅଟେ। ଏହି କାରନାମାକୁ ଦେଖି କାହାକୁ ନିଜ କଥା ମନେ ପଡିଯାଉଛି।’ ସେହଓ୍ଵାଗ ଏହି ଭିଡିଓକୁ ଗତକାଲି ସେୟାର କରିଛନ୍ତି, ଆଉ ସେୟାର କରିବାର ମାତ୍ର ଗୋଟିଏ ଦିନ ଭିତରେ ୩୪ ହଜାରରୁ ଅଧିକ ଭ୍ୟୁଜ୍‌ ମିଳିସାରିଛି। ଏହାସହିତ ୭ ହଜାରରୁ ଅଧିକ ଥର ରିଟ୍ଵିଟ୍‌ କରିସାରିଛନ୍ତି। ଭିଡିଓକୁ ଦେଖି ଲୋକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.