ଆଜି ଆସାମରେ ଆତ୍ମସମର୍ପଣ କଲେ ୬୪୪ ଆତଙ୍କବାଦୀ

ଗୌହାଟୀ: ଆସାମରେ ଆଜି ଆତଙ୍କୀ ସଂଗଠନର ୬୪୪ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଆସାମ ପୋଲିସ ମୁତାବକ ନିଜ ୧୭୭ ହାତ ହତିଆର ସହ ଆତଙ୍କବାଦୀ ମାନେ ପୋଲିସ ନିକଟରେ ଆଜି ଏକ ସମ୍ମେଳନ ସମୟରେ ସମର୍ପଣ କରିଥିଲେ । ବିଭିନ୍ନ ବିଦ୍ରୋହୀ ସଂଗଠନ ଉଲଫା, ଏନ୍ଡ଼ିଏଫବି, ଆରଏନଏଲଏଫ, କେଏଲଓ , ସିପିଆଇ, ଏନଏସଏଲଏ, ଏଡିଏଫ, ଏନଏଲଏଫବି ପରି ସଂଗଠନ ଗୁଡିକର ସଦସ୍ୟ ମାନେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନବଲଙ୍କ ଉପସ୍ଥିତିରେ ନିଜକୁ ପାଲିସ ନିକଟରେ ସମର୍ପଣ କରିଛନ୍ତି ।

militants

ଏବାବଦରେ ପ୍ରଥମେ ରାଜ୍ୟ ପୋଲିସ ମହାନିର୍ଦେଶକ ଭାସ୍କର ଜ୍ୟୋତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହା ସହ ସେ ଆଜିର ଦିନ ରାଜ୍ୟ ତଥା ଆସାମ ପୋଲିସ ପାଇଁ ଏକ ବିଶେଷ ଦିନ ବୋଲି ମଧ୍ୟ କହିଛନ୍ତି । ସର୍ବମୋଟ ୮୪୪ କ୍ୟାଡର ସମେତ ୮ ଆତଙ୍କବାଦୀ ସଂଗଠନର ସଦସ୍ୟ ମାନେ ନିଜ ହାତ ହତିଆରକୁ ହସ୍ତାନ୍ତର କରିଥିଲେ । ଏହାକୁ ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆତ୍ମସମର୍ପଣ ବୋଲି ମଧ୍ୟ କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.