ବାଲେଶ୍ୱର: ନ୍ୟାୟ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ

ବାଲେଶ୍ୱର(କେନ୍ଯୁଜ୍): ନ୍ୟାୟ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବାଲିଆପାଳ ଥାନାର ଦ୍ୱାରସ୍ଥ ପରେ ମଧ୍ୟ କୌଣସି ନ୍ୟାୟ ନମିଳିବାରୁ ସ୍ୱାମୀର ଘର ଆଗରେ ବସିଛନ୍ତି ମହିଳା ଜଣକ। ଅଭିଯୋଗ ଅନୁଯାୟୀ, ବାଲିଆପାଳ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସେ ଅଞ୍ଚଳର ଅଶୋକ ନାୟକ ପ୍ରେମ ବିବାହ କରିଥିଲେ । ହେଲେ ବିବାହର ୧୫ ଦିନ ପରେ ମହିଳାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ସ୍ତ୍ରୀକୁ ସ୍ୱାମୀ ଜଣକ ଗୁଜୁରାଟରେ ଛା଼ଡ଼ି ପଳାଇ ଆସିଥିଲେ। ମହିଳା ଜଣକ କେତେକ ଓଡିଆ ଲୋକଙ୍କ ସହାୟତାରେ ବାଲିଆପାଳରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। କୌଣସି ନ୍ୟାୟ ନମିଳିବାରୁ ମହିଳା ଜଣଙ୍କ ସ୍ୱାମୀଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ନ ମିଳିଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.