ନିର୍ଭୟା ଦୋଷୀ ପବନଙ୍କୁ ଆଉ ଏକ ଝଟକା, ପୀଡ଼ିତାଙ୍କ ବନ୍ଧୁଙ୍କ ସାକ୍ଷୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏକମାତ୍ର ସାକ୍ଷୀ ଅର୍ଥାତ୍‌ ନିର୍ଭୟାର ସାଙ୍ଗଙ୍କ ସାକ୍ଷୀକୁ ଚ୍ୟାଲେଞ୍ଜ କରିଥିବା ପବନଙ୍କ ପିତାଙ୍କ ଆବେଦନକୁ ପଟିଆଲା ହାଉସ କୋର୍ଟର ବିଚାରପତି ଖାରଜ କରିଦେଇଛନ୍ତି। ଏହି ଆବେଦନରେ ପବନଙ୍କ ପିତା ପଟିଆଲା ହାଉସ କୋର୍ଟର ଏକ ପୁରୁଣା ଶୁଣାଣିକୁ ଚ୍ୟାଲେଞ୍ଜ କରିଥିଲେ।

Image result for nirbhaya case

ମାମଲାର ଦୋଷୀ ପବନ ଗୁପ୍ତାଙ୍କ ପିତା ହୀରାଲାଲ ଗୁପ୍ତା କୋର୍ଟରେ ଦାବି କରିଥିଲେ ଯେ ନିର୍ଭୟାଙ୍କ ବନ୍ଧୁ ତଥା ମାମଲାର ଏକମାତ୍ର ସାକ୍ଷୀ ଅବନୀନ୍ଦ୍ର ଟଙ୍କା ନେଇ ମିଡିଆ ଚ୍ୟାନେଲରେ ସାକ୍ଷାତକାର ଦେଇଥିଲେ, ଯାହା ଦ୍ୱାରା ଶୁଣାଣି ପ୍ରଭାବିତ ହୋଇଥିଲା। ତାଙ୍କର ଏହି ଦାବିକୁ ନିରାଧାର ବୋଲି କହି ଅଦାଲତ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ପୂର୍ବରୁ ମଧ୍ୟ ପବନଙ୍କ ପିତା ଏଭଳି ଏକ ଆବେଦନ ଅଦାଲତରେ ଉପସ୍ଥାପନ କରିଥିଲେ, ଯାହାକୁ ବିଚାରପତି ଖାରଜ କରିଦେଇଥିଲେ।

ସେପଟେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ଉପରେ ମୁକେଶ କରିଥିବା ଚ୍ୟାଳେଞ୍ଜ ପିଟିସନ୍‌ର ଆସନ୍ତାକାଲି ସୁପ୍ରିମ୍‌ କୋର୍ଟରେ ଶୁଣାଣି ହେବ । ଆସନ୍ତାକାଲି ଦିନ ୧୨.୩୦ରେ ଶୁଣାଣି ଆରମ୍ଭ ହେବ ।

Leave A Reply

Your email address will not be published.