ଏଲିୟନ୍ସଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ଜନ୍ମ କରିଥିଲେ ୧୩ଟି ପିଲା, ସତ ନା ମିଛ କହୁଛନ୍ତି ମହିଳା ?

ଏଲିୟନ୍ସ ଅଛନ୍ତି କି ନାହିଁ ସେକଥା ଆଜି ପର୍ଯ୍ୟନ୍ତ ପ୍ରମାଣ ହୋଇପାରିନାହିଁ କିନ୍ତୁ ଆମେରିକାର ଦୁଇଜଣ ମହିଳା ଏଲିୟନ୍ସଙ୍କୁ ନେଇ କିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଇଛନ୍ତି । ଏହି ମହିଳା ଦୁଇଜଣ ଦାବି କରିଛନ୍ତି ଯେ ସେ ଏଲିୟନ୍ସଙ୍କ ସହିତ କେବଳ ସମ୍ବନ୍ଧ ବନାଇ ନାହାନ୍ତି ବରଂ ୧୩ଟି ପିଲା ମଧ୍ୟ ଜନ୍ମ ଦେଇସାରିଛନ୍ତି ।

ajabgajab two american ladies claims they have babies with aliens - OMG News in Hindi

ସୂଚନା ଅନୁଯାୟୀ ଆମେରିକାର ଲସ ଆଞ୍ଜେଲସ ରହୁଥିବା ବ୍ରିଗେଟ ନିଲସନ ଏରୀଯନା ଏବଂ ଏଲୁନା ବର୍ସ ନାମକ ଦୁଇ ମହିଳା ଦାବି କରିଛନ୍ତି ଯେ ସେ ଏଲିୟନ୍ସଙ୍କ ପିଲାକୁ ଜନ୍ମ ଦେଇଛନ୍ତି । ତେବେ ଏଲିୟନ୍ସଙ୍କୁ ନେଇ ଶାରୀରିକ ସମ୍ବନ୍ଧ ବନାଇବା ବିଷୟରେ ସେମାନେ କହିଛନ୍ତି ଯେ ସେମାନଙ୍କ ପାଇଁ ଏହା ସବୁଠାରୁ ଭଲ ଅନୁଭବ ଥିଲା ।

ajabgajab two american ladies claims they have babies with aliens - OMG News in Hindi

ନୁଲସନ ଓ ଏଲୁନା ହାଇବ୍ରିଡ଼ ବେବି ସମୁଦାୟର ସଦସ୍ୟ ଅଟନ୍ତି । ଏହି ସମୁଦାୟର ସଦସ୍ୟ ହୋଇଥିବା କାରଣରୁ ଏହି ଦୁଇଜଣ ମାନିଥାନ୍ତି ଯେ ତାଙ୍କ ପିଲା ଅନ୍ତରୀକ୍ଷରେ ଏଲିୟନ୍ସଙ୍କ ସହିତ ରହୁଛନ୍ତି । ନିଲସନଙ୍କ କହିବା ଅନୁଯାୟୀ ଏଲିୟନ୍ କେବଳ ସେହି ମହିଳାମାନଙ୍କୁ ନେଇଯାଇଥାନ୍ତି ଯେଉଁମାନେ ତାଙ୍କ ସହ ଯିବାକୁ ଚାହିଁଥାନ୍ତି ଆଉ ତାପରେ ସେମାନେ ଶାରୀରିକ ସମ୍ବନ୍ଧ ବନାଇଥାନ୍ତି । ସେଥିପାଇଁ ସେ କୁହନ୍ତି ଯେ ତାଙ୍କ ପିଲା ଏବେ ପିତାଙ୍କ ସହ ରହୁଛନ୍ତି କିନ୍ତୁ ସବୁବେଳେ ସେ ତାଙ୍କ ସହ ସମ୍ପର୍କ କରିବାକୁ ଚାହିଁଥାନ୍ତି । ତେବେ ହାଇବ୍ରିଡ଼ ବେବି ସମୁଦାୟର ମହିଳାମାନେ ନିଜ ପିଲାମାନଙ୍କର କିଛି ଫଟୋ ମଧ୍ୟ ଆଙ୍କିଛନ୍ତି ।

ajabgajab two american ladies claims they have babies with aliens - OMG News in Hindi

ଏହି ଚିତ୍ରରେ ଦେଖିବାକୁ ମିଳିଛି ଯେ ପିଲାମାନେ ଠିକ ମଣିଷ ପିଲା ପରି କିନ୍ତୁ ତାଙ୍କର କଳା କଳା ଆଖି ଓ ଏହା ବହୁତ ବଡ଼ ଅଟେ । ତେବେ ଏହିସବୁ ଫଟୋ ବ୍ୟତୀତ ମହିଳାମାନେ ନିଜ ଦାବିକୁ ସତ ପ୍ରମାଣିତ କରିବା ପାଇଁ ଆଉ କିଛି ପ୍ରମାଣ ଦେଇନାହାନ୍ତି ।

Leave A Reply

Your email address will not be published.