ଏଠାରେ କେବଳ ଗୋଟିଏ ଛୋଟପିଲା ପାଇଁ ପ୍ରତିଦିନ ଆସିଥାଏ ଟ୍ରେନ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ଆମ ଦେଶରେ ପିଲାମାନେ ବସ କିମ୍ବା ଅଟୋରେ ସ୍କୁଲକୁ ଯାଇଥାନ୍ତି । ତାସହିତ ଯଦି ୫ ମିନିଟ ବିଳମ୍ବ ହୁଏ ତାହେଲେ ସ୍କୁଲର ଅଟୋ କିମ୍ବା ବସ ତାକୁ ଛାଡି ଚାଲିଯାଇଥାଏ କିନ୍ତୁ ଜାପାନରେ କିଛି ଏଭଳି ଘଟଣା ଘଟୁଛି ଯାହା ଆପଣଙ୍କୁ ଭାବିବା ପାଇଁ ବାଧ୍ୟ କରିବ । ଜାପାନରେ ଏକ ସ୍ଥାନରେ କେବଳ ଗୋଟିଏ ପିଲାକୁ ସ୍କୁଲ ନେବା ଆଣିବା କରିବା ପାଇଁ ଯାଇଥାଏ ଗୋଟିଏ ଟ୍ରେନ । ତେବେ ସେହି ଟ୍ରେନରେ ଉକ୍ତ ପିଲା ବ୍ୟତୀତ ନା କେହି ଚଢିଥାଏ ନା କେହି ଓହ୍ଲାଇଥାଏ । ସମ୍ପୂର୍ଣ୍ଣ ଟ୍ରେନରେ କେବଳ ସେହି ପିଲା ହିଁ ରହିଥାଏ ।

ajabgajab japan keeps an unused railway station running so that a girl can attend school everyday - Jaipur News in Hindi

ସୂଚନା ଅନୁଯାୟୀ ଟୋକିଓର ଶୀରାତାକୀ ନାମକ ଏକ ଗ୍ରାମରେ ଷ୍ଟେସନକୁ ସେଠାକାର ରେଳ ବିଭାଗ ବନ୍ଦ କରିଦେଇଥିଲା । କାରଣ ସେଠାରୁ ଅଧିକାଂଶ ଯାତ୍ରୀ ଯିବା ଆସିବା କରିନଥାନ୍ତି । ତେବେ ସେହି ସ୍ଥାନରୁ ଏକ ପିଲା ପ୍ରତିଦିନ ସ୍କୁଲ ଯାଉଥିଲା । ଯେତେବେଳେ ଅଧିକାରୀମାନେ ଦେଖିଲେ ଯେ ସ୍କୁଲ ଯିବା ଆସିବାପାଇଁ ଅନ୍ୟ କୌଣସି ସୁବିଧା ନାହିଁ ସେତେବେଳେ ରେଲୱେ ଏହି ଷ୍ଟେସନକୁ ପୁଣିଥରେ ଚାଲୁ କରିବା ପାଇଁ ନିଷ୍ପତ୍ତି ନେଲେ ।

ajabgajab japan keeps an unused railway station running so that a girl can attend school everyday - Jaipur News in Hindi

ବର୍ତ୍ତମାନ ଏହି ଷ୍ଟେସନକୁ ଟ୍ରେନ ଦୁଇଟି ସମୟରେ ଆସିଥାଏ । ଥରେ ପିଲାକୁ ସ୍କୁଲକୁ ନେବାପାଇଁ ଏବଂ ଆଉଥରେ ଛାଡିବା ପାଇଁ । ତେବେ ଟ୍ରେନର ଟାଇମକୁ ପିଲାର ସ୍କୁଲ ଟାଇମ ହିସାବରେ ଆଡ଼ଜଷ୍ଟ କରାଯାଇଛି । ପୁରା ଟ୍ରେନରେ ଏହି ଛୋଟ ଝିଅଟି ବ୍ୟତୀତ ଅନ୍ୟ କୌଣସି ଯାତ୍ରୀ କେବେ ଦେଖାଯାଇନାହାନ୍ତି । ତେବେ କୁହାଯାଉଛି ଯେ ଏହି ଟ୍ରେନ ସେବା ପିଲାକୁ ହାଇସ୍କୁଲ ପାସ କରିବା ପର୍ଯ୍ୟନ୍ତ ଜାରି ରହିବ ଆଉ ତାପରେ ବନ୍ଦ କରି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.