ଯବାନ ଗୁଳିରେ ଗଲା ଯବାନଙ୍କ ଜୀବନ, ଛତିଶଗଡ଼ ବିଜାପୁର ଫରସେଗଡ଼ CAF କ୍ୟାମ୍ପରେ ଦୁଇ ଜଣଙ୍କ ମଧ୍ୟ ବଚସାରୁ ଗୁଳିମାଡ଼

ମାଲକାନଗିରି(କେନ୍ୟୁଜ୍): ଯବାନଙ୍କ ଗୁଳିରେ ଗଲା ଯବାନଙ୍କ ଜୀବନ । ମୃତକ ହେଲେ ରବି ରଞ୍ଜନ । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବିଜାପୁର ମେଡିକାଲରେ ଚିକିତ୍ସା କରାଯାଉଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରର ଫରସେଗଡ଼ ସିଏଏଫ କ୍ୟାମ୍ପରେ ଜଣେ ଯବାନ ବଚସାକୁ କେନ୍ଦ୍ରକରି ନିଜ ସାଥୀ ଯବାନଙ୍କ ଉପରେ ଗୁଳି ବର୍ଷା କରିିଥିଲେ । ତେବେ ସାଥୀଙ୍କ ଉପରକୁ ଆକ୍ରମଣ କରିଥିବା ସିଏଏଫ ଜବାନ ଦୟା ଶଙ୍କର ଶୁକ୍ଳା ଗୁଳି ଚଳାଇବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.