ମାର୍ଶାଘାଇରେ ସୂଚନାଧିକାର କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ, ନିଜ ବାଇକ ତଳେ ଚାପି ହୋଇ ରହିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

କେନ୍ଦ୍ରପଡ଼ା(କେନ୍ୟୁଜ୍): କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇରେ ଜଣେ ସୂଚନାଧିକାର କର୍ମୀଙ୍କ ମୃତ୍ୟୁ। ତାଙ୍କ ଘର ମାର୍ଶାଘାଇର ମାଣିକପୁର ଗାଁରେ। ତାଙ୍କ ନାଁ ରଞ୍ଜନ ଦାଶ। ହଳଦିଆ-ବେରୁହାଁ ରାସ୍ତାର ବେରୁହାଁ ନିକଟରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ନିଜ ବାଇକ ତଳେ ଚାପି ହୋଇ ରହିଥିବା ଅବସ୍ଥାରେ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଂଚଳର ବହୁ ଦୁର୍ନୀତିର ପର୍ଦ୍ଦାଫାସ କରିବାରେ ରଞ୍ଜନଙ୍କ ପ୍ରମୁଖ ଭୂମିକା ଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା କିଛି ଲୋକ ଅଭିଯୋଗ କରୁଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାକୁ ନେଇ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.