ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ପାର୍କ ଉତ୍ସବ, ୭ଟି ରବିବାର ୭ଟି ପାର୍କରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ପାର୍କ ଉତ୍ସବ । ରାଜଧାନୀବାସୀଙ୍କୁ ପାର୍କ ମନସ୍କ କରିବା ପାଇଁ ବିଡିଏ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୭ଟି ରବିବାର ୭ଟି ପାର୍କରେ ଏହି ପାର୍କ ଉତ୍ସବ କରିବାକୁ ଯୋଜନା କରାଯାଇଛି । ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଏହି ପାର୍କ ଉତ୍ସବ ଚାଲିବ । ଆଜି ଇନ୍ଦିରା ଗାନ୍ଧୀ ପାର୍କ ଓ ମଧୁସୂଦନ ଦାସ ପାର୍କରେ ଏହି ଉତ୍ସବ କରାଯାଉଛି । ଏହି ଉତ୍ସବରେ ପାର୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହ ଟ୍ରାଫିକ୍ ସଚେତନତା, ରାଜଧାନୀକୁ ସ୍ୱଚ୍ଛ ସହର କରିବା ଏବଂ ସାଇକେଲ ଚଲାଇବା ନେଇ ସଚେତନତା ସୃଷ୍ଟି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.