ଖୁବ ଶୀଘ୍ର ବଜାରକୁ ଆସିବ ଲାଟେଷ୍ଟ ସ୍ମାର୍ଟଫୋନ Huawei Nova 7i, ମିଳିବ ଏହି ସବୁ ଖାସ ଫିଚର୍ସ

ଚିନର ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ହୁଵାଈ ନିଜ ନୂଆ ସିରିଜ 7  ଆଇ ସ୍ମାର୍ଟଫୋନକୁ ଆସନ୍ତା ୧୪ ତାରିଖରେ ବିଶ୍ଵବ୍ୟାପୀ ଲଞ୍ଚ କରିବାକୁ ଯାଉଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ କମ୍ପାନୀ ନିଜ ଏହି ସେଟରେ ଦମଦାର ପ୍ରୋସେସର, ଏଚଡ଼ି ଡିଷ୍ପ୍ଲେ, କ୍ୟାମେରା, ଲାଟେଷ୍ଟ ଅପରେଟିଙ୍ଗ ସିଷ୍ଟମକୁ ସପୋର୍ଟ ଦେବ । ଅବଶ୍ୟ ଫୋନର ଦର ଓ ସ୍ପେସିଫିକସନ ଲଂଚ ପରେ ହିଁ ଜଣା ପଡିବ ବୋଲି ଖବର ପ୍ରକାଶ ପାଇଛି ।

Huawei Nova 7iର ସମ୍ଭାବିତ ଦର:

ଏହି ସେଟର ପ୍ରକୃତ ଦର ବିଷୟରେ ସଠିକ ଭାବେ ଜଣା ପଡିନଥିବା ବେଳେ ହୁଏତ କମ୍ପାନୀ ଏହି ଫୋନର ଦର ପ୍ରାୟ ୨,୧୯୯ ଚିନି ୟୁଆନ ବା ପାଖାପାଖି ୨୨,୦୦୦ ଟଙ୍କା ପର୍ଯ୍ୟନ୍ତ ରଖିପାରେ ବୋଲି ଆଶା କରାଯାଉଛି ।

china huai

ଫୋନର କଣ ସବୁ ରହିଛି ବିଶେଷତା:

ବାହାରକୁ ଆସିଥିବା ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫୋନରେ ୬.୪ ଇଞ୍ଚର ଫୁଲ ଏଚଡ଼ି ଡିଷ୍ପ୍ଲେର ସୁବିଧା ଯୋଗାଇବ । ଅଧିକ ଭଲ ପରଫରମାନ୍ସ ପାଇଁ ହାଇସିଲିକନ କିରିନ ୮୧୦ ପ୍ରୋସେସର ଓ ୮ ଯିବି ରାମର ସପୋର୍ଟ ମଧ୍ୟ ମିଳିପାରିବ । କ୍ୟାମେରା ବାବଦରେ ଏଥିରେ କ୍ୱାଡ଼ କ୍ୟାମେରା ସେଟଅପ ସମେତ ୪୮ ମେଗା ପିକଶଲର ପ୍ରାଇମେରୀ ସେନ୍ସର ସୁବିଧା ବି ଦେଇପାରେ । ଏହା ୮ ମେଗା ପିକସାଲ ଅଲଟ୍ରା ୱାଇଣ୍ଡ ଆଙ୍ଗଲ ସେନ୍ସର ସହ ୨ ମେଗା ପିକସାଲର ମାକ୍ରୋ ଲେନ୍ସ ବି ରହିବ ।

ଅନ୍ୟ ପକ୍ଷରେ ୟୁଜର ମାନଙ୍କୁ ଏହି ଫୋନରେ ବଳୁଟୁଥ, ୱାଇ – ଫାଇ, ଜିପିଏସ ଓ ୟୁଏସବି ଟାଇପ- ସି ପୋର୍ଟ ପରି ଫିଚର ମାନ ମଧ୍ୟ ମିଳିବ । ଏସବୁ ବାଡ଼ କମ୍ପାନୀ ଏଥିରେ ୪,୨୦୦ ଏମଏଏଚ ମେଗା ୱାଟର ବ୍ୟାଟେରୀ ସୁବିଧା ମଧ୍ୟ ଦେଉଛି  ଯାହାଦ୍ୱାରା ଚାରଜିଙ୍ଗ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.