ଓଡ଼ିଶାକୁ ପୁଣି ନିରାଶ କଲେ ଅର୍ଥ କମିଶନ: ୨୦୨୦-୨୧ ସୁପାରିଶ ଅନୁସାରେ ରାଜ୍ୟମାନଙ୍କୁ ମିଳିବ କମ୍‌ ଅର୍ଥ

କେନ୍ୟୁଜ୍: ଓଡ଼ିଶାକୁ ପୁଣି ନିରାଶ କଲେ ଅର୍ଥ କମିଶନ । ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ପାଇଁ ଯେଉଁ ସୁପାରିଶ କରିଛନ୍ତି ସେଥିରେ ରାଜ୍ୟମାନଙ୍କୁ କମ୍‌ ଅର୍ଥ ମିଳିବ । କେନ୍ଦ୍ରୀୟ ଟିକସର ୫୦ ଭାଗ ଅର୍ଥ ରାଜ୍ୟମାନଙ୍କୁ ଦେବା ଲାଗି ଏନ୍‌. କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଥିଲା ଓଡ଼ିଶା । ହେଲେ ବଜେଟ୍‌ ଉପସ୍ଥାପନ ବେଳେ ଆସିଥିବା ରିପୋର୍ଟରେ ଅନୁଦାନ ପରିମାଣ କମିଛି । ପଞ୍ଚଦଶ ଅର୍ଥ କମିଶନ ଟିକସ ଅର୍ଥରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ପ୍ରଦାନ ଲାଗି ସୁପାରିଶ କରିଛନ୍ତି । ଓଡ଼ିଶା ପୂର୍ବାପେକ୍ଷା କମ୍‌ ଅର୍ଥାତ୍‌ ୪.୬୨ ପ୍ରତିଶତ ହାରରେ ଅର୍ଥ ପାଇବ । ଚତୁର୍ଦ୍ଦଶ ଅର୍ଥ କମିଶନ ସମୟରେ ଏହି ପରିମାଣ ୪. ୬୪ ପ୍ରତିଶତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.