Below header

ସ୍ୱାମୀଙ୍କ ପ୍ରେମିକାକୁ ସାହିପାରିନଥିଲେ ପତ୍ନୀ, ରାଗରେ ଜର୍ଜରିତ ହୋଇ ପ୍ରେମିକାଙ୍କ ପ୍ରାଇଭେଟ ପାର୍ଟରେ ଭରିଦେଲେ ଲଙ୍କାଗୁଣ୍ଡ, ଆଉ ତାପରେ..

ନିଜ ସ୍ୱାମୀ ସବୁବେଳେ ନିଜ ପାଖରେ ରହୁ ଏହା ସବୁ ନାରୀଙ୍କର ଇଛା । କିନ୍ତୁ ଯେତେବେଳେ ତାଙ୍କ ଜୀବନରେ ପତ୍ନୀ ଛଡା ଅନ୍ୟ କେହି ଝିଅ ଆସେ ତାହେଲେ ଏହାକୁ ସହଜରେ ଗ୍ରହଣ କରିପାରେନାହିଁ ଗୋଟେ ସ୍ତ୍ରୀ । ତେବେ ଅହମଦାବାଦରେ ଜଣେ ସ୍ତ୍ରୀ ନିଜ ସ୍ୱାମୀର ପ୍ରେମିକା ଠାରୁ ଏଭଳି ଭାବେ ପ୍ରତିଶୋଧ ନେଇଛି ଯାହା ଶୁଣିଲା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ । ପ୍ରେମିକାର ଅଭିଯୋଗ ଅନୁଯାୟୀ ତାଙ୍କ ପ୍ରାଇଭେଟ ପାର୍ଟରେ ପ୍ରେମିକର ସ୍ତ୍ରୀ ଓ ତାଙ୍କର ତିନିସାଙ୍ଗ ମିଶି ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

पति का था अफेयर, पत्नी ने प्रेमिका के प्राइवेट पार्ट में भर दिया मिर्ची पाउडर

ସୂଚନା ଅନୁଯାୟୀ ପୀଡିତା ଯୁବତୀ ଜଣକ ଅହମଦାବାଦ ନାରାନପୁରା ଅଂଚଳରେ ଏକ କପଡା ଦୋକାନରେ କାମ କରୁଥିଲେ ଏବଂ ସେହି ସମୟରେ ଗିରିଶ ଗୋସ୍ୱାମୀ ନାମକ ଏକ ଯୁବକ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଦୁଇବର୍ଷ ପରେ ଯୁବତୀ ଜଣକ ସେହି କପଡା ଦୋକାନ ଛାଡ଼ିଦେବା ସହିତ ତାଙ୍କସହ ସମସ୍ତ ସମ୍ପର୍କ କାଟି ଦେଇଥିଲେ ।

पति का था अफेयर, पत्नी ने प्रेमिका के प्राइवेट पार्ट में भर दिया मिर्ची पाउडर

ପୀଡ଼ିତାଙ୍କ କହିବା ଅନୁଯାୟୀ ଦୁଇ ମାସ ତଳେ ଗିରିଶ ଗୋସ୍ୱାମୀ ତାଙ୍କୁ ଦେଖା କରିବାପାଇଁ ଡାକିଥିଲେ ଯାହାକି ତାଙ୍କ ପତ୍ନୀ ଜାନୁ ଗୋସ୍ଵାମୀଙ୍କୁ ଜଣା ପଡିଯାଇଥିଲା । ତେବେ ରାଗରେ ଜର୍ଜରିତ ହୋଇ ଜାନୁ ତାଙ୍କ ତିନି ସାଙ୍ଗ ସହ ମିଶି ପ୍ରଥମେ ଉକ୍ତ ଯୁବତୀଙ୍କୁ ସ୍କୁଟି ଉପରୁ ଅପହରଣ କରିନେଇଥିଲେ । ତାପରେ ତାଙ୍କୁ ଏକ କୋଠରୀ ଭିତରକୁ ନେଇଯାଇ ସେଠାରେ ତାଙ୍କର ସମସ୍ତ ଲୁଗାପଟା ଖୋଲିଦେଇଥିଲେ ଓ ତାଙ୍କ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଜାନୁ ଓ ତାଙ୍କ ତିନି ସାଙ୍ଗ ମିଶି ତାଙ୍କର ଭିଡିଓ ମଧ୍ୟ ବନାଇଥିଲେ ବୋଲି ପୀଡିତା ଯୁବତୀ ନିଜ ବୟାନରେ କହିଛନ୍ତି । କେବଳ ସେତିକି ନୁହେଁ ପୁଣି କେବେ ଗିରିଶଙ୍କ ସହ ଦେଖାକଲେ ତାଙ୍କ ଉପରେ ଏସିଡ ପକେଇ ଦେବେ ବୋଲି ସେମାନେ ଉକ୍ତ ଯୁବତୀଙ୍କୁ ଧମକ ମଧ୍ୟ ଦେଇଥିଲେ ।

पति का था अफेयर, पत्नी ने प्रेमिका के प्राइवेट पार्ट में भर दिया मिर्ची पाउडर

ଗିରିଶଙ୍କ ସ୍ତ୍ରୀ ଜାନୁ ପୀଡ଼ିତାଙ୍କୁ 50 ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । କାରଣ ତାଙ୍କ କହିବା ଅନୁଯାୟୀ ଗିରିଶ ଗୋସ୍ୱାମୀ ଉକ୍ତ ଯୁବତୀଙ୍କ ଉପରେ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏସବୁ ପରେ ଉକ୍ତ ଯୁବତୀଙ୍କୁ ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସମସ୍ତେ ସେଠାରୁ ଚାଲି ଯାଇଥିଲେ । ଏହି ମାମଲାକୁ ନେଇ ଅହମଦାବାଦ ପୋଲିସ କହିଛି ଯେ ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ପକାଇଥିବା ତିନିଜଣ ମହିଳାଙ୍କୁ ଗିରଫ କରାଯାଇଛି ଓ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.