ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, ଯୋଗ ଦେଲେ ବହୁ ସାଧୁ ସନ୍ଥ

ଢେଙ୍କାନାଳ(କେନ୍ୟୁଜ୍): ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା। ଝାଡ ପ୍ରଜ୍ୱନର ସହ ଆରମ୍ଭ ହୋଇଛି ଯୋରନ୍ଦାର ମାଘ ମେଳା। ଏଥିରେ ବହୁ ସାଧୁ ସନ୍ଥ ଯୋଗ ଦେଇଛନ୍ତି। ଏହି ମେଳା ସପ୍ତାହେ ବ୍ୟାପି ଚାଲିବ। ଚଳିତ ବର୍ଷ ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ମହିମା ସାଧୁ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ଏକ ମାସ ଧରି ପ୍ରସ୍ତୁତି ଚାଲିଥିଲା। ମେଳାରେ ୧୦ ଲକ୍ଷରୁ ଅଧିକ ଜନ ସମାଗମ ଆଶା କରାଯାଇଛି। ଏହାକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୮ ପ୍ଲାଟୁନ୍‌ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.