ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ,ଶନିବାର ଓ ରବିବାର କଳିଙ୍ଗ ଷ୍ଟାଡିୟମରେ ହେବ ମୁକାବିଲା

କେନ୍ୟୁଜ୍(ବ୍ୟୁରୋ): ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ। ଶନିବାର ଓ ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ମୁକାବିଲା। ବିଶ୍ୱକପ୍‌ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ମୁହାଁମୁହିଁ ହେବେ। ଏଥିପାଇଁ ଦୁଇ ଦେଶ ଜୋରଦାର ଅଭ୍ୟାସ କରୁଛନ୍ତି । ବିଶ୍ୱକପ୍‌ ପରାଜୟର ବଦଲା ନେବାକୁ ଅଣ୍ଟା ଭିଡିଛି ଭାରତୀୟ ହକି ଟିମ୍‌ । ଗତ ଜାନୁୟାରୀରେ କଳିଙ୍ଗ ଷ୍ଟାଡିୟମରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଖେଳାଳିଙ୍କ ମନବୋଳ ଦୃଢ଼ ଥିବା କହିଛି ଭାରତୀୟ ହକି ଟିମ୍‌ । ସବୁ ଖେଳାଳି ଫିଟ ଥିବା ସହ ଘରୋଇ ପରିବେଶର ଫାଇଦା ନେବାକୁ ଟିମ୍‌ ଇଣ୍ଡିଆ ଚେଷ୍ଟା କରିବ । ସେପଟେ କଳିଙ୍ଗ ଷ୍ଟାଡିୟମରେ ବଜିୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ଭ୍ରମଣ କାରୀ ବେଲଜିୟମ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.