ଅର୍ଚ୍ଚନାଙ୍କୁ କୋଳରେ ଉଠାଇବା ପରେ ତଳେ ପଡିଗଲେ କାର୍ତ୍ତିକ, ଆଉ ତା’ପରେ

ବଲିଉଡର ଚକୋଲେଟ ବୟ କାର୍ତ୍ତିକ ଆରୟନ ଏବଂ ସାରା ଅଲ୍ଲୀ ଖାନ ଏବେ ଅପ୍‌କମିଙ୍ଗ ଫିଲ୍ମ ‘ଲଭ ଆଜ କଲ୍‌’କୁ ନେଇ ଚର୍ଚ୍ଚାରେ। ଦୁହେଁ ଏବେ ନିଜର ଫିଲ୍ମର ପ୍ରମୋଶନକୁ ନେଇ ବହୁତ ବ୍ୟସ୍ତ। ଫିଲ୍ମଟି ଆସନ୍ତା ୧୪ ଫେବୃଆରୀରେ ରିଲିଜ ହେବାକୁ ଥିବା ବେଳେ ଦୁହେଁ ଫିଲ୍ମର ପ୍ରମୋଶନ ପାଇଁ ‘କପିଲ ଶର୍ମା ଶୋ’କୁ ପହଞ୍ଚିଥିଲେ। ଯେଉଁଠାରେ ଶୋ’ର କଳାକାରମାନେ ତାଙ୍କ ସହିତ ବହୁତ ମସ୍ତି କରିଥିଲେ। ତେବେ ଏଠାରେ କପିଲ କାର୍ତ୍ତିକଙ୍କୁ ଚ୍ୟାଲେଞ୍ଚ ଦେଇ ଅର୍ଚ୍ଚନା ପୂରନ ସିଂଙ୍କୁ କୋଳରେ ଉଠାଇବା ପାଇଁ କହିଥିଲେ। କାର୍ତ୍ତିକ ଅର୍ଚ୍ଚନାଙ୍କୁ କୋଳରେ ଉଠାଇବା ପରେ ସେଟରେ ପଡିଯାଇଥିଲେ। ଯାହାର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଆପଣ ଭାବୁଥିବେ, ସତରେ କାର୍ତ୍ତିକ ଅର୍ଚ୍ଚନାଙ୍କୁ ଉଠାଇବା ପରେ ତଳେ ପଡିଯାଇଛନ୍ତି। କିନ୍ତୁ ଏହା କେବଳ ସେଟରେ ମଜାକ ହିଁ ଥିଲା । ଯାହାକୁ ଦେଖି ଦର୍ଶବେ ହସି ହସି ବେଦମ ହୋଇପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.