ଦ୍ୱିତୀୟ ଦିନିକିଆ : ଚ୍ୟାଲେଞ୍ଜ ୨୭୪ ରନ୍‌ର, ଭାରତ ପାରିବ ତ ?

ଅକ୍‌ଲାଣ୍ଡ : ଦ୍ୱିତୀୟ ଦିନିକିଆରେ ଭାରତକୁ ରନ୍‌ର ୨୭୪ ଟାର୍ଗେଟ୍‌ ଦେଇଛି ନ୍ୟୁଜିଲାଣ୍ଡ । ମଧ୍ୟଭାଗରେ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ମଧ୍ୟ ରଜ୍‌ ଟେଲରଙ୍କ ଧୂଆଁଧାର ବ୍ୟାଟିଂ ପରିସ୍ଥିତି ବଦଳାଇ ଦେଇଥିଲା । ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ଓ୍ଵିକେଟ୍‌ ହରାଇ ୨୭୩ ରନ୍‌ କରି ପାରିଥିଲା । ପ୍ରଥମ ମ୍ୟାଚ୍‌ ହାରିଥିବା ଭାରତୀୟ ଦଳକୁ ଏହି ମ୍ୟାଚ୍‌ ଜିତି ସିରିଜ୍‌ ଫେରିବା ପାଇଁ ହେବ । RUN OUTତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ଖୁବ୍‌ ଭଲ ଖେଳିଥିଲେ ନ୍ୟୁଜିଲାଣ୍ଡ ଓପ୍ନର । ମାର୍ଟିନ୍‌ ଗପ୍‌ଟିଲ୍‌ ଓ ନିକୋଲସ ପ୍ରଥମ ଓ୍ଵିକେଟ୍‌ରେ ୯୩ ରନ୍‌ ଯୋଡ଼ିଥିଲେ । ତେବେ ଚହଲ ଆସି ନିକୋଲସ୍‌ଙ୍କୁ ଆଉଟ୍‌ କରିବା ପରେ ଏହି ଯୋଡ଼ି ଭାଙ୍ଗିଥିଲା । ନିକୋଲସ ୪୧ ରନ୍‌ କରିଥିଲେ । ଏହାପରେ ଗପ୍‌ଟିଲ ଓ ବ୍ଲଣ୍ଡେଲ ସ୍କୋରକୁ ୧୪୨ ରନ୍‌ରେ ପହଞ୍ଚାଇବା ପରେ ବ୍ଲଣ୍ଡେଲ ୨୨ ଏବଂ ଅଳ୍ପ ରନ୍‌ ବ୍ୟବଧାନରେ ଗପ୍‌ଟିଲ୍‌ ୭୯ ବଲ୍‌ରୁ ୭୯ ରନ୍‌ କରି ଆଉଟ୍‌ ହୋଇଥିଲେ । ୮ଟି ଚୌକା ଓ ୩ଟି ଛକା ମାରିଥିବା ଗପ୍‌ଟିଲ୍‌ ରନ୍‌ ଆଉଟ୍‌ ହୋଇଯାଇଥିଲେ । ଏହାପରେ ନ୍ୟୁଜିଲାଣ୍ଡ ପାଇଁ ରଜ ଟେଲର୍‌ ଗୋଟିଏ ପଟେ ପାଳି ଜଗିଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍‌ ଖସି ଚାଲିଥିଲା । ମାତ୍ର ୨୬ ରନ୍‌ରେ ପଡ଼ି ଯାଇଥିଲା ୬ଟି ଓ୍ଵିକେଟ୍‌ । ଲାଗୁଥିଲା ନ୍ୟୁଜିଲାଣ୍ଡ ଅଲ୍‌ଆଉଟ୍‌ ହୋଇଯିବ ।

INDIA BOWLING-3

ତେବେ ଟେଲର୍‌ ଏବଂ ଜେମିସନ୍‌ଙ୍କ ବୀରତ୍ୱପୂର୍ଣ୍ଣ ବ୍ୟାଟିଂ ଆଗରେ ଫ୍ଲପ୍‌ ମାରିଥିଲେ ଭାରତୀୟ ବୋଲର୍‌ । ସେମାନେ ଶେଷ ଭାଗରେ ଭାରତୀୟ ବୋଲର୍‌ଙ୍କୁ ଖୁବ୍‌ ପିଟିଥିଲେ । ଯାହାଫଳରେ ନ୍ୟୁଜିଲାଣ୍ଡ ୨୭୩ ରନ୍‌ରେ ପହଞ୍ଚି ପାରିଥିଲା । ଏମାନେ ଅସମାପ୍ତ ସପ୍ତମ ଓ୍ଵିକେଟ୍‌ରେ ୮.୩ ଭର୍‌ ଭିତରେ ୭୬ ରନ୍‌ ସଂଗ୍ରହ କରି ନେଇଥିଲେ । ଟେଲର୍‌ ୭୪ ବଲ୍‌ରୁ ୭୩ ରନ୍‌ (୬ ଚୌକା ଓ ୨ ଛକା) ଏବଂ ଜେମିସନ୍‌ ୨୪ ବଲ୍‌ରୁ ୨୫ ରନ୍‌ (୧ ଚୌକା ଓ ୨ ଛକା) କରିଥିଲେ ।
ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୬୦ ରନ୍‌ ଦେଇ ୨ଟି, ଯୁଜବେନ୍ଦ୍ର ଚହଲ ୫୮ ରନ୍‌ରେ ୩ଟି ଏବଂ ରବୀନ୍ଦ୍ର ଜାଡେଜା ୩୫ ରନ୍‌ରେ ଗୋଟିଏ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

ସ୍କୋର : ନ୍ୟୁଜିଲାଣ୍ଡ-୨୭୩/୮ (୫୦ ଓଭର)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.