ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟି ଜାରି କରିବା ପାଇଁ ପଟିଆଲା ହାଉସ୍‌ କୋର୍ଟ ପହଞ୍ଚିଲେ ନିର୍ଭୟାଙ୍କ ମା

ନିର୍ଭୟା ଗଣଦୁଷ୍କର୍ମ ଏବଂ ମର୍ଡର କେସ୍‌ରେ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ଓ୍ଵାରେଣ୍ଟି ଜାରି କରିବା ପାଇଁ ନିର୍ଭୟାଙ୍କ ବାପା-ମା ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ସୂଚନା ମୁତାବକ ଦୋଷୀଙ୍କ ଆବେଦନ ଉପରେ କୋର୍ଟ ଆଜି ଅପରାହ୍ନ ୨ଟାରେ ଶୁଣାଣି କରିବେ।
ରିପୋର୍ଟ ଅନୁଯାୟୀ ପୂର୍ବ ଶୁଣାଣି ସମୟରେ ଯେତେବେଳେ ଦିଲ୍ଲୀ ସରକାର ପଟିଆଲଶ ହାଉସ୍‌ କୋର୍ଟରେ ଆବଦେନ ଜାରି କରି ନୂଆ ଡେଥ୍‌ ଓ୍ଵାରେଣ୍ଟି ଜାରି କରିବାକୁ ଗୁହାରି କରିବା ସମୟରେ ସମସ୍ତ ଦୋଷୀଙ୍କୁ ଶେଷ ଆବେଦନ କରିବା ପାଇଁ ଏକ ସପ୍ତାହ ସପ୍ତାହ ସମୟ ଦେଇଥିଲେ। ହାଇକୋର୍ଟ ପକ୍ଷରୁ ଦୋଷୀଙ୍କୁ ଦିଆଯାଇଥିବା ସମୟ ଗତ କାଲି ସରିଯାଇଥିବା ବେଳେ ନିର୍ଭୟାଙ୍କ ମାତା-ପିତା ପଟିଆଲା ହାଉସ୍‌ କୋର୍ଟ ପହଞ୍ଚି ଡେଥ୍‌ ଓ୍ଵାରେଣ୍ଟି ଜାରି କରିବା ପାଇଁ ଆବେଦନ କରିଛନ୍ତି।

Leave A Reply

Your email address will not be published.