ଇଣ୍ଡିଗୋ ଏୟାରଲାଇନ୍ସ ଘୋଷଣା କଲା ୪ ଦିନିଆ ସ୍ପେଶାଲ ‘ଭାଲେଣ୍ଟାଇନ ସେଲ୍‌’, ମାତ୍ର ୯୯୯ ଟଙ୍କାରେ ଯେକୌଣସି ସ୍ଥାନକୁ କରନ୍ତୁ ବିମାନ ଯାତ୍ରା

ବଜେଟ ଏୟାରଲାଇନ୍ସ କମ୍ପାନୀ ‘ଇଣ୍ଡିଗୋ’ ୪ ଦିନର ସ୍ପେଶାଲ ‘ଭାଲେଣ୍ଟାଇନ ସେଲ୍‌’ ଘୋଷଣା କରିଛି। ଏହି ସେଲ୍‌ରେ ଟିକେଟ୍‌ର ଦାମ୍‌ ମାତ୍ର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଦେଶର ଯେକୌଣସି ସ୍ଥାନକୁ ଆପଣ ବିମାନ ଯାତ୍ରା କରିପାରିବେ।

a1

ଇଣ୍ଡିଗୋର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଓ୍ଵିଲିୟମ୍‌ ବାଉଲ୍‌ଟର କହିଛନ୍ତି, କମ୍ପାନୀ ସେଲ୍‌ର ଘୋଷଣା କରି ଭାଲେଣ୍ଟାଇନ ଡେ’ର ସେଲିବ୍ରେଶନ ଆଗୁଆ ହିଁ ଆରମ୍ଭ କରିଦେଇଛି।

୧୧ ଫେବୃୟାରୀରୁ ୧୪ ଫେବୃୟାରୀ ପଯ୍ୟର୍ନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ମୋଟ ୧୦ ଲକ୍ଷ ସିଟ୍‌ ପାଇଁ ଟିକେଟ୍‌ ବିକ୍ରି କରାଯିବ। ସେଲ୍‌ରେ କିଣାଯାଇଥିବା ଟିକେଟ୍‌ରେ ଆପଣ ଆସନ୍ତା ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ପଯ୍ୟର୍ନ୍ତ ଯାତ୍ରାର ଲାଭ ଉଠାଇପାରିବେ।

a2

ତେବେ କର୍ପୋରେଟ୍‌ ଏବଂ ଯେଉଁ ଗ୍ରାହକ ଛୁଟିରେ ଯିବାକୁ ଇଚ୍ଛୁକ, ସେମାନେ କମ୍ପାନୀର ଅଫିସିଆଲ୍‌ େଓ୍ଵବ୍‌ସାଇଟରୁ ଟିକେଟ୍‌ କିଣିପାରିବେ।